ସତ୍ୟଶିଖା (ନୂଆଦିଲ୍ଲୀ) ୧୨/୧୨/୨୦୨୦ : ଜାଲ୍ ଜିଏସଟି ପଞ୍ଜୀକରଣ ହାସଲ କରିବା ପାଇଁ ନକଲି ଫର୍ମ ତିଆରି କରୁଥିବା ଅସାଧୁ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅକ୍ଟୋବର ଏବଂ ନଭେମ୍ବର ମାସରେ ପ୍ରାୟ ୧ ଲକ୍ଷ ୬୩ ହଜାର ୪୨ ଟି ନକଲି ଜିଏସଟି ପଞ୍ଜୀକରଣକୁ ରଦ୍ଦ କରିଛନ୍ତି । ନୂଆ ଆକାଉଣ୍ଟ ଗୁଡିକ ଗତ ୬ ମାସ ହେଲା G.S.T.R-3.Bର ରିଟର୍ନ ଫାଇଲ କରିନାହାନ୍ତି ।
କେବଳ ସେତିକି ନୁହେଁ ଜିଏସଟି ଇଣ୍ଟେଲିଜେନ୍ସ୍ ଏବଂ C.G.S.T ନିର୍ଦ୍ଦେଶାଳୟ ପ୍ରାୟ ୪୫୮୬ଟି ନକଲି G.S.T.I.N ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ୧୪୩୦ G.S.T.I.N ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଅକ୍ଷୟ ଜୈନ ନାମକ ଜଣେ ଚାର୍ଟର୍ଡ ଆକାଉଣ୍ଟାଣ୍ଟକୁ ବିଶାଖାପାଟଣାରୁ ଗିରଫ କରାଯାଇଛି । ଅକ୍ଷୟ ବିରୁଦ୍ଧରେ ୧୪ ଟି ନକଲି ଜିଏସଟି ଫର୍ମ ତିଆରି କରି ପ୍ରାୟ ୨୦.୯୭ କୋଟି ଟଙ୍କାର ଜାଲ ସାର୍ଟିଫିକେଟ୍ ବାହାର କରିଥିବା ଅଭିଯୋଗ ହୋଇଥିଲା ।