ଅପରାଧରାଜ୍ୟ

GST ଫ୍ରଡ୍

ସତ୍ୟଶିଖା (ନୂଆଦିଲ୍ଲୀ) ୧୨/୧୨/୨୦୨୦ : ଜାଲ୍ ଜିଏସଟି ପଞ୍ଜୀକରଣ ହାସଲ କରିବା ପାଇଁ ନକଲି ଫର୍ମ ତିଆରି କରୁଥିବା ଅସାଧୁ ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅକ୍ଟୋବର ଏବଂ ନଭେମ୍ବର ମାସରେ ପ୍ରାୟ  ୧ ଲକ୍ଷ ୬୩ ହଜାର ୪୨ ଟି ନକଲି ଜିଏସଟି ପଞ୍ଜୀକରଣକୁ ରଦ୍ଦ କରିଛନ୍ତି । ନୂଆ ଆକାଉଣ୍ଟ ଗୁଡିକ ଗତ ୬ ମାସ ହେଲା G.S.T.R-3.Bର ରିଟର୍ନ ଫାଇଲ କରିନାହାନ୍ତି ।ଗତ ଏକ ମାସ ଧରି ଜିଏସଟି ଇଣ୍ଟେଲିଜେନ୍ସ୍ ଏବଂ C.G.S.T ନିର୍ଦ୍ଦେଶାଳୟ ଜିଏସଟି ନମ୍ବରର ଅପବ୍ୟବହାର କରୁଥିବା ଲୋକଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଆଧାରରେ ୧୩୨ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ୪ ଜଣ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ମଧ୍ୟ ଅଛନ୍ତି ।

କେବଳ ସେତିକି ନୁହେଁ ଜିଏସଟି ଇଣ୍ଟେଲିଜେନ୍ସ୍ ଏବଂ C.G.S.T ନିର୍ଦ୍ଦେଶାଳୟ ପ୍ରାୟ ୪୫୮୬ଟି ନକଲି G.S.T.I.N​‌ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ୧୪୩୦ G.S.T.I.N​‌ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଅକ୍ଷୟ ଜୈନ ନାମକ ଜଣେ ଚାର୍ଟର୍ଡ ଆକାଉଣ୍ଟାଣ୍ଟକୁ ବିଶାଖାପାଟଣାରୁ ଗିରଫ କରାଯାଇଛି । ଅକ୍ଷୟ ବିରୁଦ୍ଧରେ ୧୪ ଟି ନକଲି ଜିଏସଟି ଫର୍ମ ତିଆରି କରି ପ୍ରାୟ ୨୦.୯୭ କୋଟି ଟଙ୍କାର ଜାଲ ସାର୍ଟିଫିକେଟ୍ ବାହାର କରିଥିବା ଅଭିଯୋଗ ହୋଇଥିଲା ।ସରକାରୀ ସୂତ୍ର ଅନୁସାରେ ଯେଉଁ G.S.T.I.N ଗୁଡିକ ୬ ମାସ ଯାଏଁ G.S.T.R-3.B ଦାଖଲ କରିନାହାନ୍ତି ସେମାନଙ୍କୁ ପ୍ରଥମେ ନୋଟିସ ଦିଆଯାଇଥିଲା ଏବଂ ଏହା ପରେ ସେମାନଙ୍କର ପଞ୍ଜୀକରଣ ରଦ୍ଦ କରାଯାଇଛି । ଏହା ବାଦ ୨୧ ଅଗଷ୍ଟ ୨୦୨୦ ରୁ ୧୬ ନଭେମ୍ବର ୨୦୨୦ ଯାଏଁ ଯେଉଁମାନଙ୍କୁ ୭୨୦ ଡିମ୍ଡ ପଞ୍ଜିକରଣ ଜାରି କରାଯାଇନଥିଲା ଏବଂ ସେମାନଙ୍କର ଆଧାର ଭେରିଫିକେସନ୍ କରାଯାଇନଥିଲା ସେଥିମଧ୍ୟରୁ ୫୫ ପଞ୍ଜିକରଣରେ ତ୍ରୁଟି ଥିବା ଦେଖାଯାଇଥିଲା । ଯାହା ଫଳରେ ବର୍ତ୍ତମାନ ସେମାନଙ୍କର ପଞ୍ଜିକରଣ ରଦ୍ଦ କରାଯାଉଛି ।

Show More
Back to top button