ସତ୍ୟଶିଖା (ନୂଆଦିଲ୍ଲୀ) ୧୦/୧୨/୨୦୨୦ : କେନ୍ଦ୍ର ସରକାର ଆଜି ଜିଏସ୍ଟି କ୍ଷତିପୂରଣ ବାବଦ ଷଷ୍ଠ କିସ୍ତିରେ ଆଉ ୬୦୦୦ କୋଟି ଟଙ୍କା ଜାରି କରିଛନ୍ତି । ପ୍ରତି କିସ୍ତିରେ ସମାନ ୬୦୦୦ କୋଟି ଟଙ୍କା ଲେଖାଏଁ ଆକାରରେ ବର୍ତ୍ତମାନ ସୁଦ୍ଧା ୩୬ ହଜାର କୋଟି ଟଙ୍କାର କ୍ଷତିପୂରଣ ରାଶି ରାଜ୍ୟଗୁଡ଼ିକୁ ଦିଆଯାଇଛି । ସେଥିରୁ ଓଡ଼ିଶା ଭାଗରେ ୧୫୩୮ କୋଟି ଟଙ୍କା ପଡ଼ିଥିବା ଜଣାପଡ଼ିଛି । ଚଳିତ ଆର୍ଥିକ ବର୍ଷରେ କୋଭିଡ୍ ମହାମାରୀ ପ୍ରଭାବ ଯୋଗୁଁ ଜିଏସ୍ଟି କ୍ଷତିପୂରଣ ରାଶି ଦେବା ସମ୍ଭବପର ନୁହେଁ ବୋଲି କେନ୍ଦ୍ର ସରକାର କହିବା ପରେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ମତଭେଦ ଦେଖାଦେଇଥିଲା । ଦୀର୍ଘଦିନ ଆଲୋଚନା କରିବା ପରେ ସମାଧାନର ବାଟ ବାହାରିଥିଲା । ଋଣ ମାଧ୍ୟମରେ ୧,୦୬,୮୩୦ କୋଟି ଟଙ୍କା ଯୋଗାଡ଼ କରି ରାଜ୍ୟଗୁଡ଼ିକୁ ଦିଆଯିବ ବୋଲି କେନ୍ଦ୍ର ସରକାର ପ୍ରସ୍ତାବ ଦେବା ପରେ ଏହି ପ୍ରସଙ୍ଗକୁ ନେଇ ରହିଥିବା ଉଷ୍ମତା କମିଥିଲା । କିଛି ଦିନ ତଳେ ଶେଷ ରାଜ୍ୟ ଭାବେ ଝାଡ଼ଖଣ୍ଡ ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲା ।
ଜିଏସ୍ଟି କ୍ଷତିପୂରଣ
