ଅପରାଧନ୍ୟୁଜ୍ରାଜ୍ୟ

ରାଜଧୀନୀରେ ଡକାୟତି : ଦମ୍ପତିଙ୍କୁ ବାନ୍ଧିଲେ, ହାଣିଲେ ଓ ଲୁଟିନେଲେ

ସତ୍ୟଶିଖା(ଭୁବନେଶ୍ୱର ) ୩୦.୧୨.୨୦୨୧: ରାଜଧୀନୀରେ ସଶସ୍ତ୍ର ଡକାୟତି। ଦମ୍ପତିଙ୍କୁ ବାନ୍ଧିଲେ, ହାଣିଲେ ଓ ଲୁଟିନେଲେ। ଭୁବନେଶ୍ୱର ଶୈଳଶ୍ରୀବିହାର ମଞ୍ଚେଶ୍ୱର ଥାନା ଭୋଟପଡାରେ ଏହି ଡକାୟତି ହୋଇଛି। ଗତକାଲି ବିଳମ୍ବିତ ରାତିରେ ଡକାୟତମାନେ ମାରଣାସ୍ତ୍ର ଧରି ଘର ଭିତରେ ପଶିଥିଲେ। ପ୍ରଥମେ ଦମ୍ପତିଙ୍କୁ ବାନ୍ଧି ୩୦ଲକ୍ଷର ସୁନା ଗହଣା ସହ ନଗଦ ୩ଲକ୍ଷ ଟଙ୍କା ଲୁଟି ନେଇଥିଲେ। ମଞ୍ଚେଶ୍ୱର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ୧୦ରୁ ଅଧିକ ମୁଖା ପିନ୍ଧ ରାତି ଦୁଇଟା ସମୟରେ ଘରେ ପଶିଥିଲେ । ଦୀନବନ୍ଧୁ ଦାସଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌ କରିଥିଲେ ।

Show More
Back to top button