ଅଗଷ୍ଟ ମାସରେ ଜିଏସଟି ସଂଗ୍ରହ କମିଲା ୧୨ ପ୍ରତିଶତ l


ସତ୍ୟଶିଖା ( ନୂଆଦିଲ୍ଲୀ ) ୦୧ .୦୯ .୨୦୨ ୦ : କରୋନା ସଙ୍କଟ ମଧ୍ୟରେ ଆର୍ଥିକ ଗତିବିଧିକୁ ଗତିଶୀଳ କରାଇବାକୁ କେନ୍ଦ୍ର ସରକାର ଜୋରଦାର ଉଦ୍ୟମ ଚଳାଇଛନ୍ତି । ମାତ୍ର ଜିଏସଟି ସଂଗ୍ରହ କ୍ଷେତ୍ରରେ ସରକାରଙ୍କୁ ପୁଣି ଥରେ ଝଟକା ଲାଗିଛି । ଅଗଷ୍ଟରେ ୮୬,୪୪୯ ଟଙ୍କା ଜିଏସଟି ସଂଗ୍ରହ ହୋଇଛି । ଗତ ବର୍ଷ ଏହି ମାସ ତୂଳନାରେ ପ୍ରାୟ ୧୨ ପ୍ରତିଶତ କମ ଜିଏସଟି ସଂଗ୍ରହ ହୋଇଛି ।
ସୂଚନାଯୋଗ୍ୟ ୨୦୧୯ ଅଗଷ୍ଟ ମାସରେ ଜିଏସଟି ସଂଗ୍ରହ ୯୮,୨୦୨ କୋଟି ଟଙ୍କା ରହିଥିଲା । କିନ୍ତୁ ଚଳିତ ବର୍ଷ ଅଗଷ୍ଟ ମାସରେ ଜିଏସଟି ସଂଗ୍ରହ ୮୪,୪୪୯ ଟଙ୍କା ରହିଛି । ଏହା ପୂର୍ବରୁ ଜୁଲାଇ ମାସରେ ଜିଏସଟି ସଂଗ୍ରହ ୮୭,୪୨୨ କୋଟି ଟଙ୍କା ରହିଥିଲା । ଅର୍ଥାତ ଜୁଲାଇ ମାସ ତୂଳନାରେ ଅଗଷ୍ଟରେ ଜିଏସଟି ସଂଗ୍ରହ ହ୍ରାସ ଘଟିଛି ।
ଏହି ପରି ଜୁଲାଇ ମାସ ତୂଳନାରେ ସରକାରଙ୍କୁ ଜିଏସଟିରିୁ ୯୭୩ କୋଟି ଟଙ୍କା କମ ଆୟ ହୋଇଛି । ସରକାରୀ ତଥ୍ୟ ଅନୁଯାୟୀ ଜୁନ ମାସରେ ଜିଏସଟି ସଂଗ୍ରହ ୯୦,୯୧୭ କୋଟି ଟଙ୍କା ରହିଥିଲା । ଅର୍ଥ ମନ୍ତ୍ରଣାଳୟ ଦ୍ଵାରା ଜାରି ତଥ୍ୟ ଅନୁଯାୟୀ ଅଗଷ୍ଟ ମାସରେ ଜିଏସଟି ସଂଗ୍ରହ ୮୬,୪୪୯ ଟଙ୍କା ରହିଛି । ଏଥିରେ କେନ୍ଦ୍ରୀୟ ଜିଏସଟି ୧୫,୯୦୬ କୋଟି ଟଙ୍କା, ଏସଜିଏସଟି ଭାବେ ୨୧,୦୬୪ କୋଟି ଟଙ୍କା, ଆଇଜିଏସଟି ୪୨,୨୬୪ କୋଟି ଟଙ୍କା ଏବଂ ସେସ୍ରୁ ୭,୨୧୫ କୋଟି ଟଙ୍କା ଆସିଛି ।