ଦେଶନ୍ୟୁଜ୍ବାଣିଜ୍ୟରାଜ୍ୟ

ଅଭିବୃଦ୍ଧି ୭.୭% ଖସିବ: ୧୩୪.୪୦ ଲକ୍ଷ କୋଟିକୁ କମିବ ଜିଡିପି

ସତ୍ୟଶିଖା (ନୂଆଦିଲ୍ଲୀ) ୦୮/୦୧/୨୦୨୧ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଚଳିତ ଆର୍ଥିକ ବର୍ଷର ଜିଡିପି ଅଭିବୃଦ୍ଧି ସଂପର୍କରେ ଆକଳନ କରାଯାଇଛି । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ସିଏସ୍‌ଓ) ପକ୍ଷରୁ କରାଯାଇଥିବା ପ୍ରଥମ ଅଗ୍ରିମ ଆକଳନରେ ଏହା କୁହାଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି -୭.୭ ପ୍ରତିଶତ ସଂକୁଚିତ ହୋଇ ୧୩୪.୪୦ ଲକ୍ଷ କୋଟି ଟଙ୍କା ରହିବ। ୨୦୧୧-୧୨ ଆର୍ଥିକ ବର୍ଷର ମୂଲ୍ୟ ଅନୁସାରେ ଏହି ହିସାବ କରାଯାଇଛି । ତେବେ ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତର ଜିଡିପି ୧୪୫.୬୬ ଲକ୍ଷ କୋଟି ଟଙ୍କା ରହିଥିବା କୁହାଯାଇଛି । ୧୯୫୨ ପରେ ପ୍ରଥମ ଥର ପାଇଁ ଅର୍ଥନୀତିରେ ଏତେ ବଡ଼ ଧରଣର ସଙ୍କୁଚିତ ହେବ । ଗତ ଆର୍ଥିକ ବର୍ଷରେ ଅର୍ଥନୀତିର ଅଭିବୃଦ୍ଧି ୪.୨ ପ୍ରତିଶତ ରହିଥିବାବେଳେ ଚଳିତ ଆର୍ଥିକ ବର୍ଷ କରୋନା ମହାମାରୀ ପ୍ରଭାବରେ ଏହି ସଂକୁଚିତ ହେବ । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମସାରେ ଜିଡିପି ଅଭିବୃଦ୍ଧି ୨୩.୯ ପ୍ରତିଶତ ଏବଂ ଦ୍ଵିତୀୟ ତ୍ରୟମାସରେ ୭.୫ ପ୍ରତିଶତ ସଂକୁଚିତ ହୋଇସାରିଛି ।

Show More
Back to top button