ଭାରତର ବିଜୟ ପରେ ଛୁଟୁଛି ଶୁଭେଚ୍ଛା ସୁଅ; ଟିମ୍‌ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

ସତ୍ୟଶିଖା( ନୂଆଦିଲ୍ଲୀ )୨୯.୦୮ . ୨୦୨୨:  ଏସିଆ କପ୍‌ ୨୦୨୨ରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି   । ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନକୁ ୫ ଓ୍ୱିକେଟରେ ହରାଇଛି । ଭାରତର ଏହି ବିଜୟ ପ​‌ରେ ସାମାଜିକ ଗଣମାଧ୍ୟମରେ ଅଭିନନ୍ଦନର ସୁଅ ଛୁଟିଛି । ଅନେକ କ୍ରିକେଟ ପ୍ରେମୀ ସେଲିବ୍ରେସନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ଟ୍ୱିଟକରି ନରେନ୍ଦ୍ର ମୋଦୀ ଟିମ୍‌ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଥିବା ବେଳେ ଭାରତୀୟ ଦଳ ବହୁତ ଦକ୍ଷତା ଓ ଧୈର୍ଯ୍ୟ ପ୍ରଦର୍ଶନ କରିଛି ବୋଲି ମୋଦୀ କହିଛନ୍ତି ।

Exit mobile version