

ସତ୍ୟଶିଖା(ଭୁବନେଶ୍ୱର) ୧୫.୦୭.୨୦୨୧: ରାଜ୍ୟରେ ଦୈନିକ ସଂକ୍ରମଣ କେତେବେଳେ ଅଢେଇ ଯାହାର ଭିତରେ ରହୁଚି ତ ପୁଣି କେତେବେଳେ ଦୁଇ ହଜାର ତଳେ । ହେଲେ ମୃତ୍ୟୁ ସଂଖ୍ୟାରେ ସୁଧାର ଆସୁନି । କାରଣ ଗତ ୨୪ ଘଣ୍ଟା ଭିତରେ ଆଉ ୬୬ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧ ଜଣ ପ୍ରାଣ ହରାଇଛନ୍ତି ।
ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ୧୦ ଜଣ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ବାଲେଶ୍ୱର ଜିଲ୍ଲାରୁ ୮ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସମ୍ୱଲପୁର ଜିଲ୍ଲାରେ ଆଉ ୭ ଜଣ ପ୍ରାଣ ହରାଇଛନ୍ତି ।
ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରୁ ଦୁଇ ଜଣ ଲେଖାଏ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ବଲାଙ୍ଗିର, କଟକ, ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡି ଓ ପୁରୀ ଜିଲ୍ଲାରୁ ଆଉ ଜଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୪ହଜାର ୮୬୧କୁ ବୃଦ୍ଧି ପାଇଛି ।