ସତ୍ୟଶିଖା (ନୂଆଦିଲ୍ଲୀ) ୨୬/୧୧/୨୦୨୦ : ଶ୍ରମ ମନ୍ତ୍ରାଳୟ ସଂସଦରେ ନୂଆ ଶ୍ରମ କୋଡ଼ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବ ଅନୁଯାୟୀ କାର୍ଯ୍ୟକ୍ଷେତ୍ରରେ ଡ୍ୟୁଟି ୧୨ ଘଣ୍ଟା ହୋଇପାରେ । ଶ୍ରମ ମନ୍ତ୍ରାଳୟ ନୂଆ ଶ୍ରମ କୋଡ଼ରେ ସପ୍ତାହରେ ମୋଟ କାର୍ଯ୍ୟ ସମୟ ବୃଦ୍ଧି କରିନାହାନ୍ତି । ଯାହାଫଳରେ ଆପଣଙ୍କୁ ସପ୍ତାହରେ ୪୮ ଘଣ୍ଟା ହିଁ କାମ କରିବାକୁ ପଡିବ । ଆପଣଙ୍କ ସାପ୍ତାହିକ ଅବକାଶ ମଧ୍ୟ ବଢିପାରେ । ଜାଣନ୍ତୁ କଣ ନୂଆ ଶ୍ରମ କୋଡ଼ :
ବ୍ୟବସାୟିକ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ସର୍ତ୍ତ ସଂହିତା ୨୦୨୦ ନିୟମ ଅନୁଯାୟୀ ମନ୍ତ୍ରାଳୟ ୧୨ ଘଣ୍ଟା କାମ ପାଇଁ ପ୍ରସ୍ତାବ ଦେଇଛି । ଏହା ମଝିରେ ସ୍ୱଳ୍ପ ସମୟ ପାଇଁ ଅବକାଶ ମଧ୍ୟ ସାମିଲ ଅଛି । କିନ୍ତୁ ଏହି ପ୍ରସ୍ତାବରେ ସାପ୍ତାହିକ କାର୍ଯ୍ୟ ସମୟ ୪୮ ଘଣ୍ଟା ହିଁ ରଖାଯାଇଛି । ବର୍ତ୍ତମାନ ଯେଉଁ ନିୟମ ରହିଛି ତା ଅନୁସାରେ ୮ ଘଣ୍ଟା ସିଫ୍ଟ ୬ ଦିନ ଯାଏଁ ରହିଥାଏ । ଏଥିରେ ଦିନେ ସାପ୍ତାହିକ ଅବକାଶ ଥାଏ । ୯ ଘଣ୍ଟା ସିଫ୍ଟ କଲେ ସପ୍ତାହକୁ ଦୁଇ ଦିନ ଅବକାଶ ମିଳିଥାଏ । ନୂଆ ନିୟମ ଅନୁସାରେ ଦୈନିକ ୧୨ ଘଣ୍ଟା ସିଫ୍ଟ କଲା କଲେ ୩ ଦିନ ଅବକାଶ ମିଳିବ । ଯେକୌଣସି ଦିନ ଓଭର ଟାଇମ ଗଣନାରେ ୧୫ ରୁ ୩୦ ମିନିଟ ସମୟକୁ ୩୦ ମିନିଟ ଗଣତି ହେବ । ବର୍ତ୍ତମାନ ବ୍ୟବସ୍ଥା ଅନୁସାରେ ୩୦ ମିନିଟରୁ କମ ସମୟକୁ ଓଭର ଟାଇମ ହିସାବରେ ଗଣନା କରାଯିବ ନାହିଁ ।