‘କରୋନା’ ଯୋଦ୍ଧାଙ୍କୁ ଅବହେଳା! କ୍ୱାରେଣ୍ଟାଇନ୍ ପାଇଁ କଲେ ଅନୁରୋଧ


ବ୍ରହ୍ମପୁର (ଜଗନ୍ନାଥ ସାହୁ): ମହାମାରୀ ‘କରୋନା’ ବିରୋଧରେ ଚାଲିଥିବା ଲଢ଼େଇରେ ଯୋଦ୍ଧା ସାଜିଛନ୍ତି ଡାକ୍ତର ଓ ପାରାମେଡିକାଲ୍ କର୍ମଚାରୀ। ସେମାନେ ନିଜ ଜୀବନକୁ ବାଜି ଲଗାଇ ‘କରୋନା’ ଆକ୍ରାନ୍ତଙ୍କୁ ଚିକିତ୍ସା କରୁଛନ୍ତି। ହେଲେ ଆଜି ସେମାନଙ୍କ ପ୍ରତି ପାତରଅନ୍ତର କରାଯାଉଛି। ଡାକ୍ତରଙ୍କୁ କ୍ୱାରେଣ୍ଟାଇନ୍ରେ ରହିବାର ବ୍ୟବସ୍ଥା କରାଯାଉ ନାହିଁ। ଏପରି ଗୁରୁତର ଅଭିଯୋଗ ଗଞ୍ଜାମ ଜିଲ୍ଲା ପ୍ରଶାସନ ବିରୋଧରେ ଆସିଛି। ତେବେ ଏହାର ଭିଡିଓ ଶୋସାଲ୍ ମିଡିଆରେ ପ୍ରକାଶ ପାଇବା ପରେ ଜିଲ୍ଲାପାଳ ହସ୍ତକ୍ଷେପ କରି ଡାକ୍ତରଙ୍କୁ କ୍ୱାରେଣ୍ଟାଇନ୍ରେ ରଖିବାର ବ୍ୟବସ୍ଥା କରିଛନ୍ତି। ବିଜେପି ନେତା ଭୃଗୁ ବକ୍ସିପାତ୍ର ଏହି ଭିଡିଓ ଟ୍ୱିଟ୍ କରି ଡାକ୍ତରଙ୍କୁ ଅଧିକ ସୁବିଧା ଯୋଗାଇଦେବାକୁ ଦାବି କରିଛନ୍ତି।
ବ୍ରହ୍ମପୁର ଶୀତଳାପଲ୍ଲୀଠାରେ ପ୍ରତିଷ୍ଠା କରାଯାଇଛି ଟାଟା କୋଭିଡ ହସ୍ପିଟାଲ। ଏଠାରେ କାର୍ଯ୍ୟରତ ଡାକ୍ତରମାନେ ‘କରୋନା’ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି। ସରକାରଙ୍କ ଗାଇଡ୍ଲାଇନ୍ ଅନୁସାରେ ଚିକିତ୍ସା କରୁଥିବା ଡାକ୍ତରମାନଙ୍କୁ ୧୪ ଦିନର କ୍ୱାରେଣ୍ଟାଇନ୍ରେ ରହିବେ। ହେଲେ ଟାଟା କୋଭିଡ ହସ୍ପିଟାଲରେ ଏହି ନିୟମକୁ ଠିକ୍ ଭାବେ କାର୍ଯ୍ୟକାରୀ ହେଉନି।
Doctors at #Tata #COVID19 Hospital in Sitalapalli, Brahmapur demand better facilities. While situation in #Ganjam remains volatile, the #CoronaWarriors should not be demotivated. They need more support and encouragement. @Ganjam_Admin @CMO_Odisha @Naveen_Odisha @RNTata2000 pic.twitter.com/dk3BdQ5hTm
— Bhrugu Baxipatra (@BhruguBJP) May 8, 2020
ଆହୁରି ପଢ଼ନ୍ତୁ
କୋଭିଡ୍ ହସ୍ପିଟାଲ୍ରେ କାର୍ଯ୍ୟରତ ଡାକ୍ତରଙ୍କୁ କ୍ୱାରେଣ୍ଟାଇନ୍ରେ ରଖିବା ପାଇଁ ହୋଟେଲ୍ ନିଆଯାଇଥିଲା। ମାତ୍ର ହୋଟେଲ୍ ବନ୍ଦ ରହିଥିବାରୁ ଗାଡ଼ି ଚାଳକ ରାସ୍ତା ମଝିରେ ସେମାନଙ୍କୁ ଛାଡ଼ି ପଳାଇ ଆସିଥିଲା। ପରେ ଡାକ୍ତରମାନେ ଏମ୍କେସିଜି ହସ୍ପିଟାଲର ପ୍ରିନ୍ସପାଲଙ୍କ ପାଖରେ ଅଭିଯୋଗ କରିଥିଲେ। ଏହି ଖବର ପ୍ରକାଶ ପାଇବା ପରେ ଡାକ୍ତରୀ ଛାତ୍ରଛାତ୍ରୀମାନେ ସେମାନଙ୍କୁ ବିରୋଧ କରିଥିଲେ। ଯାହାର ଭିଡିଓ ଭାଇରାଲ୍ ହୋଇଛି। ଯେଉଁଥିରେ ଡାକ୍ତରମାନେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି। ଶେଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଘଟଣାର ହସ୍ତକ୍ଷେପ କରି ଡାକ୍ତରଙ୍କୁ କ୍ୱାରେଣ୍ଟାଇନ୍ରେ ରଖିବାର ବ୍ୟବସ୍ଥା କରିଛନ୍ତି।
ଅନ୍ୟପକ୍ଷରେ ଡାକ୍ତରମାନଙ୍କୁ ଅଧିକ ସୁବିଧା ସୁଯୋଗ ଦେବାକୁ ବିଜେପି ନେତା ଭୃଗୁ ବକ୍ସିପାତ୍ର ଦାବି କରିଛନ୍ତି। ଧୀରେ ଧୀରେ ଗଞ୍ଜାମ ଜିଲ୍ଲାରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସେମାନଙ୍କୁ ଆଉ କିଛି ସୁବିଧା ଦେବାକୁ ଡାକ୍ତରମାନେ ଦାବି କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ସ୍ଥିତି ଦିନକୁ ଦିନ ବିଗୁଡୁଥିବା ବେଳେ ‘କରୋନା’ ଯୋଦ୍ଧାମାନେ ହତୋତ୍ସାହିତ ହେବା ଉଚିତ୍ ନୁହେଁ ବୋଲି ସେ ଟ୍ୱିଟ୍ କରିଛନ୍ତି। ଡାକ୍ତରମାନଙ୍କୁ ଏହି ସମୟରେ ଅଧିକ ସୁବିଧା ଦେବାକୁ ଭୃଗୁ ମଧ୍ୟ ଦାବି କରିଛନ୍ତି।
ସୂଚନାରୁ ପ୍ରକାଶ, ‘କରୋନା’ରେ ଆଜି ସୁଦ୍ଧା ୨୪୬ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୨ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଏବେ ୧୮୧ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ତେବେ ଗ୍ରୀନ୍ ଜୋନ୍ରେ ଥିବା ଗଞ୍ଜାମ ଏବେ ରେଡ୍ ଜୋନ୍କୁ ଆସିଛି। ୪୭ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ସୁରତ ଫେରନ୍ତା ବୋଲି ଜରାପଡ଼ିଛି। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ିଯାଇଛି। ଏପରି ସମୟରେ ‘କରୋନା’ ଯୋଦ୍ଧା ଡାକ୍ତରଙ୍କ ଏପରି ଅଭିଯୋଗ ଜିଲ୍ଲା ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ସାଜିଛି।
[ad_2]