Uncategorizedଦେଶନ୍ୟୁଜ୍ସ୍ୱାସ୍ଥ୍ୟ

କୋଭୋଭାକ୍ସକୁ ଅନୁମତି

ସତ୍ୟଶିଖା( ଭୁବନେଶ୍ୱର )୧୦.୦୩.୨୦୨୨ :  ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଦ୍ବାରା ବିକଶିତ କରୋନା ଟିକା କୋଭୋଭାକ୍ସକୁ ଜରୁରୀ ବ୍ୟବହାର ଅନୁମତି ମିଳିଛି । ଭାରତ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ବୁଧବାର ଏହି ଟିକାକୁ ଅନୁମତି ଦେଇଛନ୍ତି ଯାହା ୧୨ ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ ଦିଆଯିବ । ୧୨ରୁ ୧୭ବର୍ଷର ପିଲାଙ୍କ କ୍ଷେତ୍ରରେ ଏହି ଟିକାର ବ୍ୟବହାର ନିମନ୍ତେ କେତେକ ସର୍ତ୍ତ ରହିବ। ୧୮ବର୍ଷରୁ କମ୍ ବୟସର ପିଲାଙ୍କ ନିମନ୍ତେ ୪ର୍ଥ କରୋନା ଟିକା କୋଭୋଭାକ୍ସକୁ ବ୍ୟବହାର ଅନୁମତି ମିଳିଛି।
ଅନ୍ୟପକ୍ଷରେ ବାଓଲୋଜିକାଲ-ଇ ପକ୍ଷରୁ ବିକଶିତ କୋର୍ବାଭ୍ୟାକ୍ସର ଦ୍ବିତୀୟ ଓ ଅନ୍ତିମ ପର୍ଯ୍ୟାୟର ପରୀକ୍ଷଣ ପାଇଁ ଡିଜିସିଆଇକୁ ଅନୁମତି ମଗାଯାଇଛି । ଏହି ଟିକାର ସଫଳ ପରୀକ୍ଷଣ ପରେ ଏହାକୁ ୫ରୁ ୧୧ ବର୍ଷ ବୟସ୍କ ଶିଶୁଙ୍କୁ ଦିଆଯିବ।

Show More
Back to top button