ସତ୍ୟଶିଖା (ଭଦ୍ରକ) ୨୬/୧୨/୨୦୨୦ : ଆଈକୁ ହତ୍ୟା କଲା ନାତୁଣୀ । ଆଈ ସବୁବେଳେ ପାଟି କରେ… ଝଗଡା ବି କରେ… ସେଥିପାଇଁ ଆଈକୁ ହତ୍ୟା ନାତୁଣୀ ହତ୍ୟା କରିଥିବା ନେଇ ଅଭିଯୋଗ ଆସିଥଛି । ଏମିତି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନପଙ୍ଗ ଗାଁରେ ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ ଗାଁର ଶଶୀ ଦାସଙ୍କ ସହ ତାଙ୍କ ନାବାଳିକା ନାତୁଣୀ ରହୁଥିଲେ । ଅଧିକାଂଶ ସମୟରେ ଆଈ ଓ ନାତୁଣୀଙ୍କ ମଧ୍ୟ ଝଗଡା ଲାଗୁଥିଲା । ଶୁକ୍ରବାର ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଦୁଇ ଜଣ ଗୋଟିଏ ରୁମରେ ଶୋଇଥିଲେ । ପ୍ରାୟ ଭୋର ସମୟରେ ନାବାଳିକା ଜଣଙ୍କ ଚିତ୍କାର କରିଥିଲେ । ପରିବାର ଲୋକେ ଉଠି ଯାଇ ଦେଖିଥିଲେ ଯେ ବୃଦ୍ଧା ଜଣଙ୍କ ରକ୍ତାକ୍ତ ଅବସ୍ଥାରେ ପଡିଛନ୍ତି ।