ନାତିର କାଠଫାଳିଆ ମାଡରେ ଆଈ ମୃତ

ସତ୍ୟଶିଖା(ବୌଦ୍ଧ)୯.୦୯ .୨୦୨୧: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଆଡେଣିଗଡ ଫାଣ୍ଡି ନିକଟସ୍ଥ କଖାରୁଫାଳ କୋଲସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ କଥାକୁ କେନ୍ଦ୍ରକରି ଉତ୍ୟକ୍ତ ନାତିର କାଠଫାଳିଆ ମାଡରେ ଆଈର ମୃତ୍ୟୁ ଘଟିଛି। ଘଟଣାପରେ ଅଭିଯୁକ୍ତ ନାତି ତ୍ରୀଲୋଚନ ଯାନୀ(୨୫) କାଠଫାଳିଆ ଧରି ଆଡେଣିଗଡ ଫାଣ୍ଡିରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ମୃତ ଆଈ ଚଂଚଳା ସାହୁ (୫୦)ଙ୍କ ସହିତ ତ୍ରୀଲୋଚନ ଯାନୀଙ୍କ ପତ୍ନୀ ସହିତ ସାମାନ୍ୟ କଥାକୁ ନେଇ ଝଗଡା ହୋଇଥିଲା।

ଏଥିରେ ଉତ୍ୟକ୍ତ ହୋଇ ତ୍ରୀଲୋଚନଙ୍କ ପତ୍ନୀ ଘରୁ ପଳେଇ ଯାଇଥିଲା । କିଛି ସମୟପରେ ତ୍ରୀଲୋଚନ ସର୍ମ୍ପକୀୟ ଆଈ ଚଂଚଳାକୁ ତାଙ୍କ ସ୍ତ୍ରୀ କୁଆଡେଗଲା ବୋଲି ପଚାରିଥିଲା। ଚଞ୍ଚଳା ତାକୁ ତଡିଦେଇଥିବା କହିବାରୁ ଏଥିରେ ସର୍ମ୍ପକୀୟ ନାତି ଉତ୍ୟକ୍ତ ହୋଇ କାଠଫାଳିଆରେ ଚଞ୍ଚଳାଙ୍କ ମୁଣ୍ଡକୁ ବାଡେଇଥିଲା। ଫଳରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଘଟଣା ପରେ ନିଜେ ଅଭିଯୁକ୍ତ ଆଡେଣିଗଡ ଫାଣ୍ଡିରେ ଆତ୍ମସମର୍ପଣ କରିଥିବା ବୌଦ୍ଧ ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ସୂଚନା ଦେଇଛନ୍ତି। ଏ ନେଇ ପୁରୁଣାକଟକ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ତ୍ରୀଲୋଚନକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

Exit mobile version