ଅପରାଧନ୍ୟୁଜ୍ରାଜ୍ୟ

ଗୋବିନ୍ଦଙ୍କୁ ୫ ଦିନିଆ ରିମାଣ୍ଡରେ ନେଇପାରେ ପୋଲିସ

ସତ୍ୟଶିଖା ( ବଲାଙ୍ଗିର )୨୦/୧୦ /୨୦୨୧: କଳାହାଣ୍ଡି ମହାଲିଙ୍ଗ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ତଦନ୍ତକାରୀ ଅଧିକାରୀଙ୍କ ସମ୍ମୁଖରେ ଦୋଷ ମାନିଛନ୍ତି ସ୍କୁଲ ପରିଚାଳନା ସଭାପତି ଗୋବିନ୍ଦ ସାହୁ। ବଲାଙ୍ଗିର ଏସପି ଅଫିସରେ ଗୋବିନ୍ଦଙ୍କ ସମେତ ଆଉ କେତେ ଜଣଙ୍କୁ ରଖି ଡିଆଇଜି ଡା. ଦୀପକ କୁମାର ପଚରାଉଚରା କରୁଛନ୍ତି ।

କଳାହାଣ୍ଡିର କୁଡସିରାଠାରେ ଗାଡି ଭିତରେ ହତ୍ୟା କରିଥିବା ସୂଚନା ମିଳିଛି । ତେବେ ମମିତା କିଛି ଆପତ୍ତିଜନକ ଫଟୋ ଦେଖାଇ ବ୍ଲକମେଲ୍ କରୁଥିବା ମଧ୍ୟ ସୂଚନା ମିଳିଛି । ଏପରିକି ବେକରେ ଛୋଟ ଛୁରୀ ଲଗାଇ ମମିତା ଗୋବିନ୍ଦଙ୍କୁ ଟଙ୍କା ମାଗୁଥିବାରୁ ମମିତାଙ୍କୁ ଗୋବିନ୍ଦ ହାତରେ ଠେଲି ଦେଇଥିଲେ । ମୁଥ ମାରି ବେକକୁ ଧରି ଦେବାରୁ ମମିତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏହାପରେ ମମିତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ବି ସମ୍ଭବ ହୋଇନଥିଲା । ହଠାତ୍ ଗୋବିନ୍ଦ ମହଲିଙ୍ଗରେ ନିର୍ମାଣଧୀନ ଷ୍ଟାଡିୟମରେ ପୂର୍ବରୁ ଖୋଲା ଯାଇଥିବା ଗାତରେ ମମିତାଙ୍କୁ ଫିଙ୍ଗିଦେଇଥିଲେ । ହେଲେ ତାଙ୍କୁ ପୋଡ଼ିଲା କିଏ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ ।

ବଲାଙ୍ଗୀର ପୋଲିସ ଗୋବିନ୍ଦ ସମେତ ୪ ଜଣଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ରଖି ପଚରାଉଚୁରା କରୁଛି । ବୁଧବାର ତାକୁ ପୋଲିସ ବଙ୍ଗୋମୁଣ୍ଡା ଥାନାକୁ ନେବା ପରେ କୋର୍ଟରେ ହାଜର କରିଥିବା ସୂଚନା ମିଳିଛି । ପୋଲିସ ଗୋବିନ୍ଦକୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ ।

Show More
Back to top button