ଅପରାଧନ୍ୟୁଜ୍ରାଜ୍ୟ

ଧରାପଡି ଛେଚା ଖାଇଲେ ଦୁଇ ଚେନ୍ ଲୁଟେରା l

ସତ୍ୟଶିଖା ୨୨.୦୭.୨୦୨୦: ଜଳେଶ୍ୱର ଭୁଜାଲି ଦେଖାଇ ଚେନ୍ ଲୁଟି ନେବା ଦୁଇ ଯୁବକଙ୍କୁ ପଡିଲା ମହଙ୍ଗା । ସ୍ଥାନୀୟ ଲୋକଙ୍କ ହାତରେ ଧରାପଡି ନିସ୍ତୁକ ମାଡ ଖାଇଲେ ଦୁଇ ଯୁବକ । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ରେମୁ ଛକରେ ।

ସୂଚନାଯୋଗ୍ୟ ଯେ, ନବରା ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ସାଧନ ଦାସଅଧିକାରୀ  ସ୍କୁଟି ଯୋଗେ ଘରକୁ ଫେରିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ଏକ ବାଇକରେ ପିଛା କରିଥିଲେ । ତେବେ ଦୁଇ ଜଣ ତାଙ୍କ ସ୍କୁଟି ଅଟକାଇ ଧକ୍କା ମାରି ଚେନ ଛିଡାଇଥିଲେ । ତେବେ ଅଧ୍ୟାପିକା ଜଣକ ଚିତ୍କାର କରିବାରୁ  ସ୍ଥାନୀୟ ଲୋକେ  ଦୁଇ ଯୁବକଙ୍କୁ ଧରି ବାନ୍ଧି ନିର୍ଧୁମ ଛେଚିଥିଲେ । ତେବେ ଖବର ପାଇ ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଲୁଟେରାଙ୍କୁ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛି । ଦୁଇ ଯୁବକ ହେଉଛନ୍ତି ବାଲେଶ୍ଵର ହଳଦୀପଦା ଅଞ୍ଚଳର ରଞ୍ଜନ ପରିଡା ଏବଂ ରବି ନାଏକ । ତେବେ ଏହି ଦୁଇ ଜଣଙ୍କ ନାଁରେ ଜାତୀୟ ରାଜପଥ ଲୁଟ୍ ନେଇ ବିଭିନ୍ନ ଥାନାରେ ଅଭିଯୋଗ ରହିଛି ।

 

Show More
Back to top button