ସତ୍ୟଶିଖା (ଅହମ୍ମଦାବାଦ) ୨୩/୧୧/୨୦୨୦ : ଦେଶର କିଛି ରାଜ୍ୟରେ ପୁଣି ଥରେ କରୋନାର ପ୍ରକୋପ ବଢିବାରେ ଲାଗିଛି । ତେଣୁ ବିଭିନ୍ନ ରାଜ୍ୟ ସରକାର କରୋନା କଟକଣାକୁ କଠୋର କରିଛନ୍ତି । ଏପରିକି କିଛି ସ୍ଥାନରେ ରାତ୍ରୀକାଳିନ କର୍ଫ୍ୟୁ ଲାଗୁ ରହିଛି । ଗୁଜୁରାଟରେ ବଢୁଥିବା କରୋନା ମାମଲାକୁ ଦେଖି କିଛି ସହରରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ଏହା ସହ ରାତିର ବିଭିନ୍ନ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଛି ।
“ରାତି ୯ଟା ପୂର୍ବରୁ ସାରିବାକୁ ହେବ ବିବାହ କାର୍ଯ୍ୟକ୍ରମ”
ଗୁଜୁରାଟରେ ଏବେ ରାତି ୯ଟାରୁ ସକାଳ ୬ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ଏହି ସମୟରେ ବିବାହ ତଥା ଅନ୍ୟ କୌଣସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ଅର୍ଥାତ ରାତି ୯ଟା ପୂର୍ବରୁ ସମସ୍ତ କାର୍ଯ୍ୟକ୍ରମ ସାରିବାକୁ ହେବ । ଏହି ନାଇଟ୍ କର୍ଫ୍ୟୁ ଅହମ୍ମଦାବାଦ, ରାଜକୋଟ, ସୁରଟ ଓ ବରୋଦାରେ ଲାଗୁ ହୋଇଛି । ପୂର୍ବରୁ ସରକାର ଦଶମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଅନୁମତି ଦେଇଥିଲେ ।