ଦେଶବିଦେଶସ୍ୱାସ୍ଥ୍ୟ

ନାଇଟ୍ କର୍ଫ୍ୟୁ ପାଇଁ ସରକାରଙ୍କ କଟକଣା

ସତ୍ୟଶିଖା (ଅହମ୍ମଦାବାଦ) ୨୩/୧୧/୨୦୨୦ :   ଦେଶର କିଛି ରାଜ୍ୟରେ ପୁଣି ଥରେ କରୋନାର ପ୍ରକୋପ ବଢିବାରେ ଲାଗିଛି । ତେଣୁ ବିଭିନ୍ନ ରାଜ୍ୟ ସରକାର କରୋନା କଟକଣାକୁ କଠୋର କରିଛନ୍ତି । ଏପରିକି କିଛି ସ୍ଥାନରେ ରାତ୍ରୀକାଳିନ କର୍ଫ୍ୟୁ ଲାଗୁ ରହିଛି । ଗୁଜୁରାଟରେ ବଢୁଥିବା କରୋନା ମାମଲାକୁ ଦେଖି କିଛି ସହରରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି । ଏହା ସହ ରାତିର ବିଭିନ୍ନ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଛି ।

“ରାତି ୯ଟା ପୂର୍ବରୁ ସାରିବାକୁ ହେବ ବିବାହ କାର୍ଯ୍ୟକ୍ରମ”

ଗୁଜୁରାଟରେ ଏବେ ରାତି ୯ଟାରୁ ସକାଳ ୬ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ଏହି ସମୟରେ ବିବାହ ତଥା ଅନ୍ୟ କୌଣସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ଅର୍ଥାତ ରାତି ୯ଟା ପୂର୍ବରୁ ସମସ୍ତ କାର୍ଯ୍ୟକ୍ରମ ସାରିବାକୁ ହେବ । ଏହି ନାଇଟ୍ କର୍ଫ୍ୟୁ ଅହମ୍ମଦାବାଦ, ରାଜକୋଟ, ସୁରଟ ଓ ବରୋଦାରେ ଲାଗୁ ହୋଇଛି । ପୂର୍ବରୁ ସରକାର ଦଶମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଅନୁମତି ଦେଇଥିଲେ ।ପରେ ସଂକ୍ରମଣ ବଢିବା କାରଣରୁ ଏହି ନିଷ୍ପତ୍ତିକୁ ଏବେ ସ୍ଥଗିତ ରଖାଯାଇଛି । ଏବେ ଡିସେମ୍ବର ପରେ ହିଁ ସ୍କୁଲ ଖୋଲିବ । ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪୯୫ଟି ମାମଲା ସାମ୍ନାକୁ ଆସିଥିବା ବେଳେ ୧୩ଜଣ ପ୍ରାଣ ହରାଇଛନ୍ତି । ଗତ ୪ ମାସରେ ଏହା ହେଉଛି ଗୋଟିଏ ଦିନରେ ହୋଇଥିବା ସର୍ବାଧିକ ମୃତ୍ୟୁସଂଖ୍ୟା । ଗତ ୧୨ ଦିନରେ ରାଜ୍ୟରେ ୧୦୨ କରୋନା ଆକ୍ରାନ୍ତ ପ୍ରାଣ ହରାଇ ସାରିଲେଣି ।

Show More
Back to top button