୧୧ଟି ମୋବାଇଲ୍ ଆପକୁ ପ୍ଲେ-ଷ୍ଟୋରରୁ ହଟାଇଲା Google : ୟୁଜର୍ସଙ୍କ ଡାଟା କରୁଥିଲେ ଚୋରି

ସତ୍ୟଶିଖା : ଦିଗ୍ଗଜ ସର୍ଚ୍ଚ ଇଞ୍ଜିନ୍ କମ୍ପାନୀ ଗୁଗଲ୍ ପୁଣି ଥରେ ୧୧ଟି ମୋବାଇଲ୍ ଆପକୁ ପ୍ଲେ-ଷ୍ଟୋରରୁ ହଟାଇ ଦେଇଛି। ହ୍ୟାକର୍ସ ଏହି ମୋବାଇଲ୍ ଆପରେ ଜୋକର ନାମକ ମାଲଓ୍ବେୟାର ବ୍ୟବହାର କରି ଲୋକଙ୍କୁ ନିଜ ଟାର୍ଗେଟ୍ କରୁଥିଲେ। ଏହା ବ୍ୟତୀତ ହ୍ୟାକର୍ସ ୟୁଜର୍ସଙ୍କ ଅନୁମତି ବିନା ହିଁ ତାଙ୍କୁ ପ୍ରିମିୟମ୍ ସେବା ସବସ୍କ୍ରାଇବ୍ କରାଯାଉଥିଲା।

୨୦୧୭ମସିହାରୁ ଗୁଗଲ୍ ଏହି ଭାଇରସ୍ ଥିବା ଆପରେ ନଜର ରଖିଥିଲା। ହ୍ୟାକର୍ସ ଏହି ମୋବାଇଲ୍ ଆପ୍ ଜରିଆରେ ୟୁଜର୍ସଙ୍କ ଡାଟା ଚୋରି କରୁଥିଲେ। ଏବେ କମ୍ପାନୀ ଏହି ମୋବାଇଲ୍ ଆପକୁ ନିଜ ପ୍ଲାଟଫର୍ମରୁ ହଟାଇ ଦେଇଛି। ଏହା ପୂର୍ବରୁ କମ୍ପାନୀ ପ୍ଲେ-ଷ୍ଟୋରରୁ ୨୫ଟି ମୋବାଇଲ୍ ଆପ୍ ହଟାଇଥିଲା,ଯେଉଁମାନେ ଫେସବୁକ୍ ୟୁଜର୍ସଙ୍କ ଡାଟା ଚୋରି କରୁଥିଲେ।

ଏହି ସବୁ ମୋବାଇଲ୍ ଆପକୁ ତୁରନ୍ତ ନିଜ ଫୋନରୁ ହଟାନ୍ତୁ : com.imagecompress.android, com.contact.withme.texts, com.hmvoice.friendsms, com.relax.relaxation.androidsms, com.cheery.message.sendsms, com.peason.lovinglovemessage, com.file.recovefiles, com.LPlocker.lockapps, com.remindme.alram, com.training.memorygame।

ଏପରି କରନ୍ତୁ ନିଜ ଡିଭାଇସର ସୁରକ୍ଷା :

– ଯଦି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ସ୍ମାର୍ଟଫୋନରେ ମ୍ୟାଲିସିୟସ୍ ମୋବାଇଲ୍ ଆପ୍ ଡାଉନଲୋଡ ହୋଇଯାଇଛି,ତେବେ ତୁରନ୍ତ ଏହାକୁ ଡିଲିଟ୍ କରନ୍ତୁ।

– ନିଜ ସ୍ମାର୍ଟଫୋନରେ ବିଶ୍ବସନୀୟ ଆଣ୍ଟି ଭାଇରସ୍ ଏବଂ ସିକ୍ୟୁରିଟି ଆପ୍ ବ୍ୟବହାର କରନ୍ତୁ।

– ଅଜଣା ମୋବାଇଲ୍ ଆପକୁ ଡାଉନଲୋଡ କରନ୍ତୁ ନାହିଁ।

ଗୁଗଲ୍ ଏହି ମାସ ଆରମ୍ଭରେ ୨୫ଟି ମୋବାଇଲ୍ ଆପକୁ ପ୍ଲେ-ଷ୍ଟୋରରୁ ହଟାଇଥିଲା। କମ୍ପାନୀ ଏହି କାର୍ଯ୍ୟାନୁଷ୍ଠାନ ଡାଟା ଚୋରି କରିବାକୁ ନେଇ କରିଥିଲା। ଏଗୁଡ଼ିକ ଫେସବୁକ୍ ୟୁଜର୍ସଙ୍କ ଡାଟା ଚୋରି କରୁଥିଲେ। ଗୁଗଲକୁ ଏହି ଆପ୍ ବିଷୟରେ ଫ୍ରାନ୍ସର ସାଇବର ସିକ୍ୟୁରିଟି ଫର୍ମ Evina ଏକ ବ୍ଲଗରେ ସୂଚନା ଦେଇଥିଲା। ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଆପ୍ ଭିଡିଓ ଏଡିଟିଂ,ଫ୍ଲାସ୍ ଲାଇଟ୍ ଏବଂ ଓ୍ବାଲପେପର ସହ ସମ୍ବନ୍ଧିତ ଥିଲା।

Exit mobile version