

ସତ୍ୟଶିଖା (ନୂଆଦିଲ୍ଲୀ) ୨୬/୦୧/୨୦୨୧ : ସାରା ଦେଶ ଆଜି ୭୨ତମ ଗଣତନ୍ତ୍ର ଦିବସକୁ ଖୁବ ଖୁସି ଓ ସମ୍ପୂର୍ଣ୍ଣ ଉତ୍ସାହ ସହ ପାଳନ କରୁଛି । ୨୬ ଜାନୁଆରୀ ଦିନ ସାରା ବିଶ୍ୱ ଭାରତର ସାଂସ୍କୃତିକ, ଐତିହ୍ୟ, ସାମରିକ ଶକ୍ତି ଓ ବିକାଶକୁ ଦେଖିଥାଏ । ଯାହା ପ୍ରତ୍ୟେକ ଭାରତବାସୀଙ୍କ ପାଇଁ ଗର୍ବର ବିଷୟ । କରୋନା ବିପଦ ମଧ୍ୟରେ ଚଳିତ ବର୍ଷ ଗଣତନ୍ତ୍ର ଦିବସ ସ୍ୱତନ୍ତ୍ର ଉପାୟରେ ପାଳନ କରାଯାଉଛି । ଏହାସହ ଆଜିର ଏହି ମହାନ ଦିନରେ ଗଣତନ୍ତ୍ର ଦିବସକୁ ସ୍ୱତନ୍ତ୍ର କରି ଗୁଗୁଲ ମଧ୍ୟ ଡୁଡଲ ପ୍ରସ୍ତୁତ କରିଛି । ଗଣତନ୍ତ୍ର ଦିବସରେ ଏକ ସ୍ୱତନ୍ତ୍ର ଡ଼ୁଡଲ ତିଆରି କରି ଗୁଗୁଲ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛି ।
୭୨ ତମ ଗଣତନ୍ତ୍ର ଦିବସ ଅବସରେ ଗୁଗୁଲ ଏହି ସ୍ୱତନ୍ତ୍ର ଡୁଡଲ ପ୍ରସ୍ତୁତ କରିଛି ଯେଉଁଥିରେ ଭାରତୀୟ ସଂସ୍କୃତି, ଐତିହ୍ୟର ଝଲକ ଦେଖିବାକୁ ମିଳିଛି । ଏହି ଡୁଡଲରେ ଭାରତ ବିକାଶ ଆଡକୁ ଅଗ୍ରସର ହେଉଥିବା ଦେଖାଯାଉଛି ।
ଗୁଗୁଲର ହୋମ ପେଜକୁ କ୍ଲିକ କରିବା ମାତ୍ରେ ଡୁଡଲ ଦେଖାଯାଉଛି । ଏହି ଡୁଡଲରେ ଗୁଗୁଲ ଭାରତର ବିଭିନ୍ନ ରାଜ୍ୟର ସଂସ୍କୃତିକୁ ଦେଖାଇବାକୁ ଚେଷ୍ଟା କରିଛି ।
ଗୁଗୁଲର ଏହି ସ୍ୱତନ୍ତ୍ର ଡୁଡଲ ଉପରେ କ୍ଲିକ କରିବା ମାତ୍ରେ ଏକ ନୂତନ ଗୁଗୁଲ ପୃଷ୍ଠା ଖୋଲୁଛି । ଏହି ପୃଷ୍ଠା ଭାରତର ଗଣତନ୍ତ୍ର ଦିବସ ଉପରେ ଆଧାରିତ । ଏଥିରେ ଗଣତନ୍ତ୍ର ଦିବସ ସହ ଜଡିତ ଫଟୋ, ଖବର, ବହୁ ସୂଚନା ସହ ଅନ୍ୟାନ୍ୟ ବହୁ ଜାଣିବା ଜିନିଷ ମଧ୍ୟ ରହିଛି । ଏଠାରେ ଲୋକେ ସହଜରେ ଗଣତନ୍ତ୍ର ଦିବସ ସହ ଜଡିତ ତଥ୍ୟ ବିଷୟରେ ଦେଖିପାରିବେ ଓ ଜାଣି ପାରିବେ ।