ସତ୍ୟଶିଖା (ନୂଆଦିଲ୍ଲୀ) ୫/୧୧/୨୦୨୦ : ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍ ଅପଡେଟ୍ ସହ ନୂଆ ନୂଆ କୌଶଳ ଲଞ୍ଚ କରୁଛି । କମ୍ପାନୀ ବର୍ତ୍ତମାନ ଗୁଗଲ୍ କ୍ରୋମ୍ ଆପ୍ ବନ୍ଦ କରିବାକୁ ଯାଉଛି । କମ୍ପାନୀ ଅନୁଯାୟୀ, କ୍ରୋମ୍ ଆପ୍ ସେବା ଆସନ୍ତା ବର୍ଷ ଫେବୃଆରୀରେ ଅର୍ଥାତ ୨୦୨୧ ଫେବୃଆରୀରେ ସମାପ୍ତ ହୋଇଯିବ । କମ୍ପାନୀ ଗୁଗଲ୍ କିପ୍ ଆପ୍ ପାଇଁ କ୍ରୋମ୍ ଆପ୍ ବନ୍ଦ କରିବାକୁ ଯାଉଛି । ଏ ସମ୍ପର୍କରେ କମ୍ପାନୀ ନିଜ ସପୋର୍ଟ ପେଜ୍ ମାଧ୍ୟମରେ ସୂଚନା ଦେଇଛି । ସୂଚନାଯୋଗ୍ୟ ଯେ କ୍ରୋମ୍ ଆପ୍ ପୂର୍ବରୁ ହିଁ ୟୁଜର୍ସଙ୍କୁ ସତର୍କ କରିଛି କ୍ରୋମ୍ ଆପ୍ ଖୁବ ଶୀଘ୍ର ବନ୍ଦ ହୋଇଯିବ । ଏହାସହ କମ୍ପାନୀ ଗୁଗଲ୍ କ୍ରୋମ୍ ଲକ୍ ସ୍କ୍ରିନ୍ ଆକ୍ସେସ୍ ମଧ୍ୟ ବନ୍ଦ କରିବାକୁ ଯାଉଛି ।
ଗୁଗଲ୍ କ୍ରୋମ୍ ଆଉଟ୍, ଗୁଗଲ କିପ୍ ଇନ୍: ଖୁବ ଶୀଘ୍ର ବନ୍ଦ ହୋଇଯିବ chrome app
