ଅପରାଧନ୍ୟୁଜ୍ରାଜ୍ୟ

ପୋଲିସ ମାଡରେ ହବିଷ୍ୟାଳୀଙ୍କ ଫାଟିଲା ମୁଣ୍ଡ

ପୁଣି ଖାକିରେ ଲାଗିଲା ଦାଗ

ସତ୍ୟଶିଖା( ପୁରୀ )୦୭.୧୧.୨୦୨୨:  ପୁଣି ଖାକିରେ ଲାଗିଲା ଦାଗ। ମହାଧାର୍ମିକ ମାସ ପଞ୍ଚୁକରେ ପୋଲିସର ଭକ୍ତଙ୍କୁ ଆକ୍ରମଣ। ଶ୍ରୀମନ୍ଦିର ଜଗମୋହନ ଭିତରେ ହବିଷ୍ୟାଳୀଙ୍କୁ ମାଡ। ପୋଲିସ ମାଡରେ ଜଣେ ହବିଷ୍ୟାଳୀଙ୍କ ଫାଟିଲା ମୁଣ୍ଡ। ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ଗୁରୁତର ହବିଷ୍ୟାଳୀ ବ୍ରହ୍ମପୁର ଅଞ୍ଚଳର ମାଧୁରୀ ଦାସ।

ତେବେ କେଉଁ କାରଣରୁ ମହିଳାଙ୍କ ପୁଲିସ କର୍ମଚାରୀ ମାଡ ମାରିଲେ ତାହା ସ୍ପଷ୍ଟ ହୋଇନାହିଁ । ଖବର ପାଇ ପୁରୀ ଏସପି ଓ ବରିଷ୍ଠ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଶ୍ରୀମନ୍ଦିରରେ ନିୟୋଜିତ ପୁଲିସ କର୍ମଚାରୀଙ୍କୁ ଆଚରଣକୁ ନେଇ ପ୍ରଶ୍ନ ଉଠିଛି । ଦର୍ଶନ ପାଇଁ ଆସିଥିବା ଜଣେ ବୟସ୍କ ମହିଳାଙ୍କୁ ପୁଲିସ ମାଡ ମାରିବା ଘଟଣାକୁ ଗ୍ରହଣ କରିପାରୁ ନାହାନ୍ତି ଶ୍ରଦ୍ଧାଳୁ ।

Show More
Back to top button