ରିଲିଜ୍ ହେଲା ‘ଗୁଡ୍‌ବାୟ’ ଟ୍ରେଲର: ଫିଲ୍ମ ପାଇଁ ବଢିଲା ଦର୍ଶକଙ୍କ ଉତ୍କଣ୍ଠା

ସତ୍ୟଶିଖା( ନୂଆଦିଲ୍ଲୀ )୦୮.୦୯ . ୨୦୨୨:  ଅମିତାଭ ବଚ୍ଚନ, ନୀନା ଗୁପ୍ତା ଓ ରଶ୍ମିକା ମଣ୍ଡାନାଙ୍କ ଆଗାମୀ ଚଳଚ୍ଚିତ୍ର ‘ଗୁଡ୍‌ବାୟ’ର ବହୁପ୍ରତୀକ୍ଷିତ ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଛି। ଏହି ଫିଲ୍ମ ଉତ୍ତର ଭାରତୀୟ ଦର୍ଶକଙ୍କ ବ୍ୟତୀତ ଦକ୍ଷିଣ ଭାରତୀୟଙ୍କ ପାଇଁ ମଧ୍ୟ ଖାସ୍‌। କାରଣ ‘ଗୁଡ୍‌ବାୟ’ ମାଧ୍ୟମରେ ‘ପୁଷ୍ପା’ ଷ୍ଟାର୍ ରଶ୍ମିକା ମଣ୍ଡାନା ବଲିଉଡରେ ପାଦ ଥାପୁଛନ୍ତି। ଚଳଚ୍ଚିତ୍ରର ପୋଷ୍ଟର ପରି ଏହାର ଟ୍ରେଲର ମଧ୍ୟ ଚମତ୍କାର ଏବଂ ପାରିବାରିକ ଅନୁଭୂତି ଦେଉଛି। ସାମାଜକି ଗଣମାଧ୍ୟମରେ ଏହି ଟ୍ରେଲରକୁ ଖୁବ୍‌ ଭଲ ପ୍ରତିକ୍ରିୟା ମିଳିଛି। ପାରିବାରିକ ସମ୍ପର୍କ ଏବଂ ଏହାର ମୂଲ୍ୟବୋଧକୁ ଏହି ଫିଲ୍ମ ମାଧ୍ୟମରେ ପରଦାରେ ଚିତ୍ରଣ କରାଯିବ। ଅମିତାଭ ବଚ୍ଚନ ରଶ୍ମିକା ମଣ୍ଡାନାଙ୍କ ପିତା ଭୂମିକାରେ ଅଭିନୟ କରିଥିବା ବେଳେ ନୀନା ଗୁପ୍ତା ତାଙ୍କ ମାଆ ସାଜିଛନ୍ତି। ଏହି ଚଳଚ୍ଚିତ୍ରରେ ପଭେଲ ଗୁଲାଟି, ଅଭିଷେକ ଖାନ, ସାହିଲ ମେହେଟ୍ଟା, ପାୟଲ ଥାପା ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ବିକାଶ ବହଲଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ର ଅକ୍ଟୋବର ୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Exit mobile version