ଦେଶ

ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ମାନଙ୍କ ପାଇଁ ଖୁସିଖବର । ଆଜିଠୁ ଇ-ଶ୍ରମ ପୋର୍ଟାଲରେ ଆରମ୍ଭ ହେବ ପଞ୍ଜିକରଣ, ଡିସେମ୍ବର ୩୧ ସୁଦ୍ଧା ପଞ୍ଜିକରଣ ସାରିବାକୁ ଲକ୍ଷ୍ୟ

ସତ୍ୟଶିଖା(ନୂଆଦିଲ୍ଲୀ ) ୨୬.୦୮ .୨୦୨୧: ସମଗ୍ର ଦେଶରେ ଆଜିଠାରୁ ୪୦ କୋଟି ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କର ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହେବ। ଇ-ଶ୍ରମ ପୋର୍ଟାଲରେ ଶ୍ରମିକମାନେ ନିଜେ ପଞ୍ଜିକରଣ କରାଇ ପାରିବେ। ପଞ୍ଜିକରଣରେ ଟ୍ରକ ଡ୍ରାଇଭର, ଦୁଗ୍ଧଜାତ ସାମଗ୍ରୀ କାର୍ଯ୍ୟରେ ନିୟୋଜିତ ଶ୍ରମିକ, କୃଷି କାର୍ଯ୍ୟରେ ସାମିଲ ଥିବା ଶ୍ରମିକ, ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ତଥା ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ସାମିଲ ହୋଇପାରିବେ।

ପଞ୍ଜିକୃତ ଶ୍ରମିକମାନଙ୍କୁ ଇ-ଶ୍ରମିକ କାର୍ଡ (ୟୁନିଭର୍ସାଲ୍‌ ଆକାଉଣ୍ଟ ନମ୍ବର) ମିଳିବ ଯାହାଦ୍ବାରା ଜଣେ ଶ୍ରମିକ ଯେକୌଣସି ରାଜ୍ୟରୁ ସାମାଜିକ ସୁରକ୍ଷା ଲାଭ ପାଇ ପାରିବେ। ପଞ୍ଜିକରଣରେ କୌଣସି ପ୍ରକାର ଅସୁବିଧା ହେଲେ ଶ୍ରମିକମାନେ ଟୋଲ୍‌ ଫ୍ରି ନମ୍ବର ୧୪୪୩୪ ଅଥବା ୧୮୦୦୧୩୭୪୧୫୦ ନମ୍ବରରେ ଫୋନ୍‌ କରିପାରିବେ।

Show More
Back to top button