ମହିଳା ମାନଙ୍କ ପାଇଁ ଖୁସିଖବର ମିଳିବ ‘ସୁଭଦ୍ରା’ ଟଙ୍କା; ଯାଜପୁରରେ କିସ୍ତି ଟଙ୍କା ଦେବେ ମୁଖ୍ୟମନ୍ତ୍ରୀ l

ସତ୍ୟଶିଖା : ୦୮/୦୨/୨୦୨୫ : NPCIରେ ଅସୁବିଧା ନେଇ ୩ ଲକ୍ଷ ୩୮ ହଜାର ମହିଳାଙ୍କ ସୁଭଦ୍ରା ଟଙ୍କା ଅଟକିଥିଲା। ସରକାର ହିତାଧିକାରୀଙ୍କୁ ବ୍ୟାଙ୍କ ଯିବାକୁ କହିବା ପରେ ୬୮ ହଜାର ହିତାଧିକାରୀଙ୍କର ଡକ୍ୟୁମେଣ୍ଟ କ୍ଲିୟର ହୋଇଛି। ବାକି ହିତାଧିକାରୀ NPCI କ୍ଲିୟର କଲେ ଆସନ୍ତା ମାର୍ଚ୍ଚ ୮ରେ ଉଭୟ ପ୍ରଥମ ଓ ଦ୍ବିତୀୟ କିସ୍ତି ଟଙ୍କା ପାଇବେ ।

ଜି ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଯାଜପୁରରେ ସ୍ବତନ୍ତ୍ର ଉତ୍ସବରେ ପ୍ରାୟ ୧୮ ଲକ୍ଷ ମହିଳାଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଟଙ୍କା ପ୍ରଦାନ ପରେ ମୋଟ ସୁଭଦ୍ରା ଟଙ୍କା ପାଇଥିବା ହିତାଧିକାରୀଙ୍କ ସଂଖ୍ୟା ୯୮ ଲକ୍ଷ ଟପିବ । ତେବେ NPCIରେ ଅସୁବିଧା ଯୋଗୁଁ ବଞ୍ଚିତ ହେଲେ ମାର୍ଚ୍ଚ ୮ରେ ଟଙ୍କା ମିଳିଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

NPCIରେ ଅସୁବିଧା ନେଇ ୩ ଲକ୍ଷ ୩୮ ହଜାର ମହିଳାଙ୍କ ସୁଭଦ୍ରା ଟଙ୍କା ଅଟକିଥିଲା। ସରକାର ହିତାଧିକାରୀଙ୍କୁ ବ୍ୟାଙ୍କ ଯିବାକୁ କହିବା ପରେ ୬୮ ହଜାର ହିତାଧିକାରୀଙ୍କର ଡକ୍ୟୁମେଣ୍ଟ କ୍ଲିୟର ହୋଇଛି। ବାକି ହିତାଧିକାରୀ NPCI କ୍ଲିୟର କଲେ ଆସନ୍ତା ମାର୍ଚ୍ଚ ୮ରେ ଉଭୟ ପ୍ରଥମ ଓ ଦ୍ବିତୀୟ କିସ୍ତି ଟଙ୍କା ପାଇବେ । ସେପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ବ୍ୟାସନଗର ଚାନ୍ଦମା ପଡ଼ିଆରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ବାଣ୍ଟିବା ଲାଗି ବ୍ୟାପକ ଆୟୋଜନ ହୋଇଛି । ମୁଖ୍ୟମନ୍ତ୍ରୀ ଯାଜପୁରର ବ୍ୟାସନଗର, କୋରେଇ ଓ ଜିଲ୍ଲା ସଦର ମହକୁମା ସମେତ ବିଭିନ୍ନ ସ୍ଥାନ ପାଇଁ ୮ଟି ପ୍ରକଳ୍ପର ଶୁଭ ଉଦଘାଟନ ମଧ୍ୟ କରିବେ ।ତେବେ ଆଜି ଚତୁର୍ଥ ପର୍ଯ୍ୟାୟରେ ପ୍ରଥମ କିସ୍ତି ଟଙ୍କା ମିଳୁଥିବା ଶୁଣିବା ପରେ ସମସ୍ତ ହିତାଧିକାରୀଙ୍କ ଖାତାକୁ ଟଙ୍କା ଯିବ ବୋଲି ସେମାନେ ଆଶା ରଖିଛନ୍ତି । ଗତବର୍ଷ ସେପଟେମ୍ବର ୧୭ରେ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ କରିଥିଲେ ମୋହନ ସରକାର । ସେବେଠୁ ତିନିଟି ଫେଜ୍ ରେ ହିତାଧିକାରୀଙ୍କୁ ୫ହଜାର ଲେଖାଏଁ ଟଙ୍କା ମିଳୁଛି ।

Exit mobile version