ନ୍ୟୁଜ୍
ସ୍କୁଲ ଓ କଲେଜ ଫଢ଼ୁଆ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର ।


ସତ୍ୟଶିଖା ୧୮/୦୯/୨୦୨୫: ଏଣିକି ସ୍କୁଲ ଛାତ୍ରଛାତ୍ରୀମାନେ ମାଗଣା ରେ ବସରେ ଯାଆସ କରିପାରିବେ । ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ମୁଖ୍ୟମନ୍ତ୍ରୀ ବସ୍ ସେବାକୁ ଅନୁମୋଦନ ମିଳିଛି । ବ୍ୟବସ୍ଥା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗକୁ ଗଣ ଶିକ୍ଷା ସଚିବଙ୍କ ଚିଠି ।
ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାଗଣା ବସ୍ ଯାତ୍ରା ପାଇଁ ଯୋଗ୍ୟ । ID କାର୍ଡ ଦେଖାଇ ଓ ୟୁନିଫର୍ମ ପିନ୍ଧି ବସ୍ରେ ମାଗଣା ଯାଇପାରିବେ । ଛାତ୍ରଛାତ୍ରୀ ଯାଉଥିବା ରୁଟ୍ ଓ ଟାଇମିଂକୁ ଦେଖିବାକୁ OSRTCକୁ ଅନୁରୋଧ । ଯେପରି ଅଧିକରୁ ଅଧିକ ପିଲା ବସ୍ ସେବା ପାଇପାରିବେ ତାହାକୁ ଗୁରୁତ୍ବ । ଏନେଇ ସବିଶେଷ ତଥ୍ୟ ଦେବାକୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ପରାମର୍ଶ ।