ସତ୍ୟଶିଖା ୨୫/୦୯/୨୦୨୫: ୧୦ ଲକ୍ଷ ୯୧ ହଜାର ରେଳ କର୍ମଚାରୀ । ୭୮ ଦିନର ପାଇବେ PLB(productivity linked bonus) ବୋନସ । ଏଥିପାଇଁ ଖର୍ଚ୍ଚ ହେବ ୧୮୬୫.୬୮ କୋଟି ଟଙ୍କା । ବୁଧବାର କେନ୍ଦ୍ର କ୍ୟାବିନେଟ ୧୦,୯୧,୧୪୬ ରେଳ କର୍ମଚାରୀଙ୍କୁ ୭୮ ଦିନର (PLB) ବୋନସ୍ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।
ପ୍ରତିବର୍ଷ ଦୂର୍ଗାପୂଜା/ଦଶହରା ପାଇଁ ରେଳ କର୍ମଚାରୀଙ୍କୁ PLB ବୋନସ ମିଳିଥାଏ । ଗତ ବର୍ଷ ମଧ୍ୟ ରେଳ କର୍ମଚାରୀମାନେ ୭୮ ଦିନ ପାଇଁ ବୋନସ୍ ପାଇଥିଲେ । ଗତ ବର୍ଷ ୧୧,୭୨,୨୪୦ ରେଳ କର୍ମଚାରୀ ଉପକୃତ ହୋଇଥିଲେ । ଏଥିପାଇଁ ରେଳବାଇକୁ ଖର୍ଚ୍ଚ କରିବାକୁ ପଡିଥିଲା୨,୦୨୮.୫୭ କୋଟି ଟଙ୍କା ।PLB ବୋନସ ଇନସେଣ୍ଟିଭ୍ ଆକାରରେ ରେଳ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିବାକୁ ଦିଆଯାଏ । ରେଳବାଇର କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବା ପାଇଁ ପ୍ରତିବର୍ଷ PLB ବୋନସ ଦେଇଥାନ୍ତି ସରକାର।
ପ୍ରତ୍ୟେକ ଯୋଗ୍ୟ ରେଳ କର୍ମଚାରୀଙ୍କ ପାଇଁ ସର୍ବାଧିକ ଦେୟ ପରିମାଣ 78 ଦିନର ପାରିଶ୍ରମିକ ହେଉଛି ₹17,951 ଟଙ୍କା । ଯାହା ବିଭିନ୍ନ ବର୍ଗର ରେଳ କର୍ମଚାରୀଙ୍କୁ ପ୍ରଦାନ କରାଯିବ । ଯେପରିକି ଟ୍ରାକ୍ ରକ୍ଷଣାବେକ୍ଷଣକାରୀ, ଲୋକୋ ପାଇଲଟ୍, ଟ୍ରେନ୍ ମ୍ୟାନେଜର (ଗାର୍ଡ), ଷ୍ଟେସନ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ୍, ଟେକ୍ନିସିଆନ୍ ସହାୟକ, ପଏଣ୍ଟସମ୍ୟାନ୍, ମନ୍ତ୍ରୀସ୍ତରୀୟ କର୍ମଚାରୀ ଏବଂ ଅନ୍ୟାନ୍ୟ ଗ୍ରୁପ୍ ‘ସି’ କର୍ମଚାରୀ” ।
2024-25 ବର୍ଷରେ ରେଳବାଇର ପ୍ରଦର୍ଶନ ବହୁତ ଭଲ ଥିଲା । ରେଳବାଇ 1,614.90 ନିୟୁତ ଟନ୍ ର ମାଲପରିବହନ କରିଥିଲା ଏବଂ ପ୍ରାୟ 7.3 ବିଲିୟନ ଯାତ୍ରୀଙ୍କୁ ପରିବହନ କରିଥିବା ନେଇ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।
ବଜାରକୁ ପ୍ରୋତ୍ସାହନ ମିଳିବ ବଜାର ବିଶେଷଜ୍ଞମାନେ କହିଛନ୍ତି ଯେ ପାର୍ବଣ ଋତୁରେ ରେଳ କର୍ମଚାରୀଙ୍କୁ ସରକାରଙ୍କ ବୋନସ ଦେବା ପରେ ଆହୁରି ମୁନାଫା ହେବ । ରେଳ କର୍ମଚାରୀମାନେ ନିଜ ପାଇଁ ଏବଂ ସେମାନଙ୍କ ପିଲାମାନଙ୍କ ପାଇଁ ପୋଷାକ, ଜୋତା ଏବଂ ଅନ୍ୟାନ୍ୟ ଜିନିଷ କିଣା କିଣି କରିବା ପାଇଁ 1,900 କୋଟି ବଣ୍ଟା ଯିବ । ରେଳ କର୍ମଚାରୀ ମଧ୍ୟ ଏହାର ଫାଇଦା ଉଠାଇ ପାରିବେ ।
ସେହିପରି ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସରକାରୀ ମେଡିକାଲ୍ କଲେଜଗୁଡ଼ିକୁ ସୁଦୃଢ଼ ଏବଂ ଆଧୁନିକୀକରଣ ପାଇଁ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାର ତୃତୀୟ ପର୍ଯ୍ୟାୟକୁ ଅନୁମୋଦନ ମିଳିଛି। ଏହି ଯୋଜନା ଅଧୀନରେ, ୫୦୨୩ MBBS ସିଟ୍ ବୃଦ୍ଧି କରାଯିବ । ଖାଲି ସେତିକି ନୁହେଁ ପ୍ରତି ସିଟ୍ ପାଇଁ ସରକାରୀ ଖର୍ଚ୍ଚ ସୀମା ₹1.50 କୋଟିକୁ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ଦ୍ୱାରା ସାରା ଦେଶରେ ମେଡିକାଲ୍ କଲେଜଗୁଡ଼ିକରେ MBBS ଏବଂ PG ସିଟ୍ ସଂଖ୍ୟା ବୃଦ୍ଧି ପାଇବ।