ସତ୍ୟଶିଖା (ନୂଆଦିଲ୍ଲୀ) ୧୦/୧୨/୨୦୨୦ : ସ୍ୱଳ୍ପ ଦରମା ପାଉଥିବା କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଯୋଜନା ଆଣିବାକୁ ଯାଉଛନ୍ତି । ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନା ମାଧ୍ୟମରେ ସରକାର କହିଛନ୍ତି କି ୧ ଅକ୍ଟୋବର ୨୦୨୦ ରୁ ୩୦ ଜୁନ ୨୦୨୧ ପର୍ଯ୍ୟନ୍ତ କମ୍ପାନୀ ଓ ଅନ୍ୟକ୍ଷେତ୍ରରେ ନିଯୁକ୍ତି ପାଇଥିବା ନୂତନ କର୍ମଚାରୀ ମାନଙ୍କୁ ଅବସରକାଳୀନ ଫଣ୍ଡରେ ଅଂଶଧନ ଦେବେ । କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ତରଫରୁ ଏହି ପାଣ୍ଠି ସରକାର ବହନ କରିବେ । ଏହାର ଅର୍ଥ ହେଉଛି ଯେଉଁ କର୍ମଚାରୀ ମାନେ ୧୫ ହଜାର ଟଙ୍କାରୁ କମ୍ ଦରମା ପାଉଛନ୍ତି ସେମାନଙ୍କର ଦରମାରୁ କଟୁଥିବା ଇପିଏଫ୍ ର ୧୨ ପ୍ରତିଶତ ସରକାର ଭରଣ କରିବେ । ଏନେଇ ବୁଧବାର ଦିନ ବସିଥିବା କ୍ୟାବିନେଟ୍ ବୈଠକରେ ଆତ୍ମନିର୍ଭରଶୀଳ ଭାରତ ରୋଜଗାର ଯୋଜନାକୁ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାର ଏହି ଯୋଜନାରେ ୨୨.୮୧୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାଦ୍ୱାରା ୫୮ ଲକ୍ଷରୁ ଅଧିକ କର୍ମଚାରୀ ଲାଭବାନ ହେବେ ।
୧୫ ହଜାରରୁ କମ୍ ଟଙ୍କା ଦରମା ପାଉଥିବା ଲୋକଙ୍କ ଖୁସି ଖବର
