

ସତ୍ୟଶିଖା (ଭୁବନେଶ୍ୱର) ୦୭/୦୧/୨୦୨୧ : ମହାପ୍ରଭୁ ଲିଙ୍ଗରାଜ ଭକ୍ତଙ୍କ ଲାଗି ଖୁସି ଖବର । ଏଣିକି ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରବେଶ ଲାଗି କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ ନୁହେଁ । ମନ୍ଦିର ନିକଟରେ ସ୍କ୍ରିନିଂ କରି ସମସ୍ତଙ୍କୁ ମନ୍ଦିରକୁ ଛଡାଯିବ ବୋଲି ନିଷ୍ପତି ନେଇଛି ପ୍ରଶାସନ । ସ୍କ୍ରିନିଂ ବେଳେ କୋଭିଡ୍ ଲକ୍ଷଣ ଦେଖାଦେଲେ ସେମାନଙ୍କର କେବଳ କୋଭିଡ୍ ପରୀକ୍ଷା କରାଯିବ । ୬ ତାରିଖରୁ ସମସ୍ତଙ୍କ ପାଇଁ ଲିଙ୍ଗରାଜ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ପୂର୍ବ ନିୟମ ଅନୁସାରେ କରୋନା ପରୀକ୍ଷା ବାଧ୍ୟତାମୂଳକ ଥିଲା । ଏଥିରେ ପରିବର୍ତନ କରିଛି ବିଏମସି ।