ଦେଶନ୍ୟୁଜ୍ବାଣିଜ୍ୟରାଜ୍ୟ

ଗହଣା ପ୍ରେମୀଙ୍କ ପାଇଁ ଖୁସି ଖବର: ସୁନା ଦରରେ ସର୍ବୋଚ୍ଚ ହ୍ରାସ

ସତ୍ୟଶିଖା (ନୂଆଦିଲ୍ଲୀ) ୧୧/୦୨/୨୦୨୧ : ଗହଣା ପ୍ରେମୀଙ୍କ ପାଇଁ ଖୁସି ଖବର । ଭାରତରେ ସୁନା ଓ ରୁପା ଦର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଆଜି ସ୍ଵର୍ଣ୍ଣ ଦର ପୁଣି ୦.୩୨ ପ୍ରତିଶତ କମ୍‌ ‌ହୋଇ ୧୦ ଗ୍ରାମ୍‌ ପିଛା ୪୭,୮୫୭ରେ ପହଞ୍ଚିଛି । ସେହିପରି ରୌପ୍ୟ ଦର କିଲୋ ପିଛା ୬୮ ହଜାର ୨୭୫ରେ ପହଞ୍ଚିଛି । ଗତ ୪ ଦିନ ମଧ୍ୟରେ ସୁନା ଦରରେ ଆଜି ସବୁଠାରୁ ଅଧିକ ହ୍ରାସ ଘଟିଛି । ବିଶ୍ୱ ବଜାରରେ ସ୍ଵର୍ଣ୍ଣ ଦର ୦.୨ ପ୍ରତିଶତ କମ୍‌ ହୋଇ ଡଲାର ପିଛା ୧,୮୩୮.୪୧ ଆଉନ୍ସରେ ପହଞ୍ଚିଛି । ଅନ୍ୟ ମୂଲ୍ୟବାନ ଧାତୁ ମଧ୍ୟରେ ରୌପ୍ୟ ଦର ୦.୪ ପ୍ରତିଶତ ହ୍ରାସ ପାଇ ୨୬.୮୯ ଡଲାର ଓ ପେଲେଡିୟମ୍‌ ଦର‌ ୦.୨ ପ୍ରତିଶତ ହ୍ରାସ ପାଇ ୨,୩୫୧.୨୪ ଡଲାରରେ ପହଞ୍ଚିଛି । ଉ‌ଲ୍ଲେଖ‌ଯୋଗ୍ୟ, କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ଟିକା ଆସିବାର ଖବର ପରେ ସାରା ବିଶ୍ୱରୁ ନିବେଶକମାନେ ସୁନା ବିକ୍ରି ଆରମ୍ଭ କରିଛନ୍ତି । ଏହି କାରଣରୁ ଘରୋଇ ବଜାରରେ ସୁନା ଦର ମଧ୍ୟ ହ୍ରାସ ପାଇଛି ।

Show More
Back to top button