ନ୍ୟୁଜ୍ରାଜ୍ୟ

ରେଳଯାତ୍ରୀଙ୍କ ପାଇଁ ଆଶ୍ୱସ୍ତିକର ଖବର, ଟିକେଟ ଟଙ୍କା ଫେରି ପାଇବେ

ସତ୍ୟଶିଖା ( ଭୁବନେଶ୍ୱର ) ୦୨ /୧୨ /୨୦୨୧: ରେଳ ଯାତ୍ରୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ସମ୍ଭାବ୍ୟ  ବାତ୍ୟା ଜୱାଦ୍ ପାଇଁ  ଆସନ୍ତା 3 ଓ 4 ତାରିଖରୁ ପୂର୍ବତଟ ରେଳବାଇ ପକ୍ଷରୁ 95ଟି ମେଲ୍ ଓ ଏକ୍ସପ୍ରେସ ଟ୍ରେନ୍ ବାତିଲ୍ କରାଯାଇଛି ।  ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିବା ବେଳେ ବାତିଲ ଟ୍ରେନ୍ ଟିକଟ ଫେରସ୍ତ କରାଯିବ ବୋଲି ସୂଚନା ଦିଆଯାଇଛି ।

ବିଶେଷ କରି ଆନ୍ଧ୍ରପ୍ରଦେଶ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଜିଲ୍ଲା ଦେଇ ଯାତାୟତ କରୁଥିବା ଟ୍ରେନ୍ ଗୁଡ଼ିକ ବାତିଲ ହୋଇଛି । ଅଫଲାଇନ ଟିକେଟ୍ ପଇସା କାଉଣ୍ଟରରୁ ଏବଂ ଅନଲାଇନ୍ ଟିକେଟ ଆଇଆରସିଟିସି ଦ୍ଵାରା ଉପଲବ୍ଧ ହେବ ବୋଲି ଭୁବନେଶ୍ୱର ରେଳ ଷ୍ଟେସନ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଗତକାଲିଠୁ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହିତ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଆଗାମୀ ୧୨ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତ ର ରୂପ ନେଇପାରେ । ଆଜି ସନ୍ଧ୍ୟା ସୁଦ୍ଧା କିମ୍ବା ରାତିରେ ଅବପାତ ରୁପ ନେବ। ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ ଆସନ୍ତାକାଲି ସନ୍ଧ୍ୟା କିମ୍ବା ରାତିରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେଇପାରେ ।

Show More
Back to top button