ସତ୍ୟଶିଖା (ନୂଆଦିଲ୍ଲୀ) ୨୦/୦୧/୨୦୨୧ : କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଦରବୃଦ୍ଧିକୁ ଦେଖି ସରକାର ଖୁବ୍ ଶୀଘ୍ର ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଯାଉଛନ୍ତି । ମହଙ୍ଗା ଭତ୍ତା ୪ ପ୍ରତିଶତ ବଢାଇବାକୁ ସରକାର ଯୋଜନା କରୁଥିବା କୁହାଯାଉଛି । ସରକାର ଏଭଳି ନିଷ୍ପତ୍ତି ନେଲେ ୫୦ ଲକ୍ଷ କର୍ମଚାରୀ ଏବଂ ୬୧ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।
କରୋନା ଭାଇରସ୍ ସଂକ୍ରମଣ ଯୋଗୁଁ ଆର୍ଥିକ ମାନ୍ଦାବସ୍ଥାକୁ ଦେଖି ଅପ୍ରେଲ ୨୦୨୦ରୁ ମହଙ୍ଗା ଭତ୍ତା ବୃଦ୍ଧି କରିବା ଉପରେ ରୋକ୍ ଲଗାଇଥିଲେ ସରକାର । ମାତ୍ର ଏବେ ଅନେକ ରିପୋର୍ଟରେ ଏହା କୁହାଯାଉଛି ଯେ, ସରକାର ମହଙ୍ଗା ଭତ୍ତା ବଢାଇପାରନ୍ତି । କିନ୍ତୁ କେନ୍ଦ୍ର ସରକାରଙ୍କ ତରଫରୁ ଏହାକୁ ନେଇ ଔପଚାରିକ ଭାବେ କିଛି ଘୋଷଣା କରାଯାଇନାହିଁ ।