ରାଜ୍ୟସ୍ୱାସ୍ଥ୍ୟ

ମହତ କାର୍ଯ୍ୟ ହିରୋ କମ୍ପାନୀର

ସତ୍ୟଶିଖା (ଭଦ୍ରକ) ୨୩ /୧୨/୨୦୨୦ : ଜିଲ୍ଲାକୁ ମିଳିଲା ୨ଟି ବାଇକ ଆମ୍ବୁଲାନ୍ସ । ହିରୋ କମ୍ପାନୀ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି । ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସଭାରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ସାଂସଦ ମଞ୍ଜୁଲତା ମଣ୍ଡଳ ଓ ଜିଲ୍ଲାପାଳ ଜ୍ଞାନ ଦାସ ଉପସ୍ଥିତ ଥିଲେ । ଏହି ସଭାରେ ହିରୋ କମ୍ପାନୀର ଏରିୟା ମ୍ୟାନେଜର ଅବଦୁଲ ଆହାତ ଓ ଟେରୀଟୋରି ମ୍ୟାନେଜର ପଲ୍ଲବୀ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ । ଏହି ବାଇକ ଆମ୍ବୁଲାନ୍ସରେ ସହଜରେ ରୋଗୀଙ୍କୁ ହସ୍ପିଟାଲ ନିଆଯାଇ ପାରିବ । ସହର ହେଉ କିମ୍ବା ଗାଁଗଣ୍ଡାରେ ବାଇକ ଆମ୍ବୁଲାନ୍ସ ସହଜରେ ସ୍ୱାସ୍ଥ୍ୟସେବା ଯୋଗାଇବ । ଯେଉଁ ଅଞ୍ଚଳକୁ ୪ ଚିକିଆ ୧୦୮ ଆମ୍ବୁଲାନ୍ସ କିମ୍ବା ଅନ୍ୟ ଆମ୍ବୁଲାନ୍ସ ଯାଇ ପାରିବ ନାହିଁ । ସେହି ଅଞ୍ଚଳରେ ଏହି ବାଇକ ଆମ୍ବୁଲାନ୍ସ ପହଞ୍ଚି ପାରିବ । ଦୁଇଟି ବାଇକ ଆମ୍ବୁଲାନ୍ସ ମଧ୍ୟରୁ ଗୋଟିଏ ଭଦ୍ରକ ସହରର ପୁରୁଣା ବଜାର ସ୍ୱାସ୍ଥ୍ୟକେନ୍ଦ୍ରରେ ରହିବ । ସେହିିପରି ଚାନ୍ଦବାଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ ରଖାଯିବ । ହିରୋ କମ୍ପାନୀର ଏଭଳି ମହତ କାର୍ଯ୍ୟକୁ ଜିଲ୍ଲାବାସୀ ଭୁରିଭୁରି ପ୍ରଶଂସା କରିଛନ୍ତି ।

Show More
Back to top button