ଦେଶ
ସୁନା ଦର ହ୍ରାସ ପାଉଛି l


ସତ୍ୟଶିଖା ( ନୂଆଦିଲ୍ଲୀ ) ୩ .୦୯.୨୦୨୦ : ଲଗାତାର ଦ୍ୱିତୀୟ ଦିନରେ ହ୍ରାସ ପାଇଲା ସୁନା ଦର । ଗୁରୁବାର ତାଜା ରିପୋର୍ଟ ଅନୁସାରେ, ନୂଆଦିଲ୍ଲୀ ସରଫା ବଜାର ଅନୁସାରେ 24 କ୍ୟାରେଟ ସୁନା ଦର 51000 ନିମ୍ନରେ ରହିଛି । ସେହିପରି ରୂପା ଦରରେ ମଧ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ବୁଧବାର ତୁଳନାରେ ସୁନା ଦର ପ୍ରତି 10 ଗ୍ରାମରେ 340 ଟଙ୍କା ହ୍ରାସ ପାଇ 50844 ଟଙ୍କା ରହିଥିବା ବେଳେ ରୂପା ପ୍ରତି କିଲୋଗ୍ରାମରେ 1559 ହ୍ରାସ ପାଇ 64362 ଟଙ୍କା ରହିଛି ।
ସୂଚନାଯୋଗ୍ୟ ଯେ, IBJA ଦ୍ୱାରା ଜାରି କରାଯାଇଥିବା ଦର ସମଗ୍ର ଦେଶରେ ସର୍ବମାନ୍ୟ । ଏହି ଓ୍ୱେବସାଇଟରେ ଦିଆଯାଇଥିବା ମୂଲ୍ୟରେ ଜିଏସଟି ରହିନାହିଁ । ଏଠାରେ ଆମେ ଆପଣମାନଙ୍କୁ କହିରଖିବାକୁ ଚାହୁଁଛୁ, ଆପଣମାନେ ସୁନା କିଣିବାକୁ ଯିବା ସମୟରେ IBJAରେ ଦିଆଯାଇଥିବା ଦର ତାଲିକା ଦେଖାଇପାରିବେ ।