

ସତ୍ୟଶିଖା (ନୂଆଦିଲ୍ଲୀ) ୦୧/୦୨/୨୦୨୧ : ଗ୍ରାହକଙ୍କ ପାଇଁ ଖୁସି ଖବର । ଶସ୍ତା ହେବ ସୁନା ଓ ରୂପା । ଏ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲୁହା ଓ ଷ୍ଟିଲ୍, ତମ୍ବା ସାମଗ୍ରୀ ବି ଶସ୍ତା ହେବ । ମହଙ୍ଗା ହୋଇପାରେ ବିଦେଶୀ ମୋବାଇଲ୍ । ଜିଏସଟିକୁ ଆହୁରି ସରଳ କରିବାକୁ ପ୍ରୟାସ । ଅକ୍ଟୋବର ୧ରୁ ନୂଆ କଷ୍ଟମ ଡ୍ୟୁଟି ଲାଗୁ ହେବ ।
କ’ଣ ଶସ୍ତା ହେବ ?
- ସୁନା
- ରୁପା
- ଲୁହା ଓ ଷ୍ଟିଲ ସାମଗ୍ରୀ
- ତମ୍ବା ସାମଗ୍ରୀ ଲୁହା
- ସ୍ୱତନ୍ତ୍ର ଚମଡ଼ା
କ’ଣ ମହଙ୍ଗା ହେବ ?
- ବିଦେଶୀ ମୋବାଇଲ
- ମୋବାଇଲ ଉପକରଣ
- ବିଦେଶରୁ ଆସୁଥିବା କପଡା
- ବିଦେଶୀ ଅଟୋ ପାର୍ଟସ
- ବିଦ୍ୟୁତ ଉପକରଣ
- ସୋଲାର ଇନଭର୍ଟର
- ବିଦେଶୀ ଖାଦ୍ୟ ତୈଳ