ନ୍ୟୁଜ୍

ଧନ୍‌ତେରାସ ପୂର୍ବରୁ ସୁନା ଏବଂ ରୁପା ଦର ଉପରମୁହାଁ l

ସତ୍ୟଶିଖା ୦୮/୧୦/୨୦୨୫: ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ୍‌ ସୁନା ଦର ଯଥାକ୍ରମେ ୧୨୫୦ ଟଙ୍କା ଏବଂ ୧୧୫୦ ଟଙ୍କା ବଢ଼ିଛି । ଉଭୟ ଯଥାକ୍ରମେ ୧,୨୨,୦୨୦ଟଙ୍କା ଏବଂ ୧,୧୧,୮୫୦ ଟଙ୍କା ସ୍ତରରେ ପହଞ୍ଚିଛି । ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ଦର ୧୦୦ ଟଙ୍କା ମହଙ୍ଗା ହୋଇ ୧,୬୭,୧୦୦ ଟଙ୍କା ହୋଇଛି । ଏ ବର୍ଷ ଏଯାବତ୍‌ ସୁନା ପ୍ରାୟ ୪୪,୦୦୦ ଟଙ୍କା ଏବଂ ରୁପା ୬୩,୦୦୦ ଟଙ୍କା ମହଙ୍ଗା ହୋଇଛି ।

ଗୋଲ୍‌ଡମ୍ୟାନ୍‌ ସାକ୍‌ସର ସଦ୍ୟ ରିପୋର୍ଟ ଅନୁସାରେ, ଆସନ୍ତା ବର୍ଷ ସୁଦ୍ଧା ୧୦ ଗ୍ରାମ ପିଛା ସୁନା ଦର ୧,୫୫,୦୦୦ ଟଙ୍କା ହୋଇପାରେ । ସୁନା ଦର ବଢ଼ିବାର ଅନେକ ପ୍ରମୁଖ କାରଣ ରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ନୀତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି । ଏଭଳି ସ୍ଥିତିରେ ବାଣିଜ୍ୟ ଯୁଦ୍ଧ ଡରରେ ନିବେଶକ ସୁନାକୁ ସୁରକ୍ଷିତ ମଣି ଏଥିରେ ଅଧିକ ନିବେଶ କରୁଛନ୍ତି । ଏହା ଦରକୁ ତେଜୁଛି ।

Show More
Back to top button