ସତ୍ୟଶିଖା(ପୁରୀ )୩୦.୦୬. ୨୦୨୨: ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ୨ ବର୍ଷ ପରେ ଏଥର ବଡ଼ ଦାଣ୍ଡରେ ପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ଏଥିନିମନ୍ତେ ଦେଶ ତଥା ବିଦେଶରୁ ପୁରୀକୁ ଛୁଟିଲାଣି ଭକ୍ତଙ୍କ ସୁଅ। ଏହି ସମୟରେ ପୁରୀକୁ ଆସୁଥିବା ଶତାଧିକ ଗାଡ଼ିକୁ ପାର୍କି ନିମନ୍ତେ ଟ୍ରାଫିକ୍ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ଭାବେ ପରିଚାଳନା କରିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।
ଭୁବନେଶ୍ୱରରୁ ଆସୁଥିବା ତିନି ଚକିଆ, ଚାରି ଚକିଆ ଗାଡିଗୁଡିକ ମାଳତୀପାଟପୁର, ତୋଷାଳୀ ଛକ, ଗ୍ରୀଡ୍ ଷ୍ଟେସନ, ଭୁଦାନ ଦେଇ ତାଳବଣିଆରେ ପାର୍କିଂ କରାଯିବ । ଫେରିବା ବେଳେ ଏହି ଗାଡି ଗୁଡିକ ସେଣ୍ଟ୍ରାଲ ସ୍କୁଲ, ଗ୍ରୀଡ ଷ୍ଟେସନ, ବାଲିଘାଟ, ଗୋପାଳପୁର କ୍ରସିଂ ଦେଇ ମାଳତୀପାଟପୁରରେ ପହଞ୍ଚିବ । ବସ୍ ଗୁଡିକ ମାଳତୀପୁର ନୂଆ ବସ୍ଷ୍ଟାଣ୍ଡରେ ପାର୍କିଂ ହେବ ।
ଏହାବାଦ ରଥ ଯାତ୍ରା ସମୟରେ ଲକ୍ଷାଧୀକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦେଖି କୌଣସି ପ୍ରକାର ଅଘଟଣକୁ ଏଡ଼ାଇବାକୁ ଫୁଲ୍ ଦମ୍ରେ ପ୍ରସ୍ତୁତ ହୋଇଛି ପ୍ରଶାସନ । ତିନି ରଥର ସୁରକ୍ଷା ପାଇଁ ତିନିଟି ଫାୟାର ଫାଇଟିଂ ଟିମ୍ ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯାଇଛି । ସମୁଦ୍ରରେ ଦୁର୍ଘଟଣା ଜନିତ ଅଘଟଣ ରୋକିବା ପାଇଁ ୩୯ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନେଇ ତିନିଟି ସ୍ୱତନ୍ତ୍ର ଟିମ୍ କରାଯାଇଛି । ଏଥିସହ ୯୦ଜଣ ଲାଇଫ୍ ଗାର୍ଡ ଓ ୩୦୦ଜଣ ଘରୋଇ ଲାଇଫ୍ ଗାର୍ଡ ମୁତୟନ ହେବେ।
ଅଂଶୁଘାତ ଜନିତ ସୁରକ୍ଷା ପାଇଁ ୧୫ଟି କୁଇକ୍ ରେସପନ୍ସ ଟିମ୍ ଓ ୮ଟି ୱାଟର ଟ୍ୟାଙ୍କର ରହିବ । ଜଳ ନିଷ୍କାସନ ପାଇଁ ୧୦ଟି ଫାୟାର ପମ୍ପ ରହିବ । କୌଣସି ଆପାତକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଏକ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ପୁରୀ ଅଗ୍ନିଶମ କେନ୍ଦ୍ରରେ ୨୪ଘଣ୍ଟିଆ କାର୍ଯ୍ୟକରିବ ବୋଲି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି ।
-
ଚିଲିକା ଉପରେ ନିର୍ମାଣ ହେବ ଅତ୍ୟାଧୁନିକ ସେତୁ। -
ଅଣବସରର ଚତୁର୍ଦ୍ଦଶୀ ତିଥିରେ ଦତ୍ତମହାପାତ୍ର ସେବାୟତଙ୍କ ଦ୍ୱାରା ଖଡି ପ୍ରସାଦ ବିଜେ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। -
ଆଜି ବିଶ୍ୱ ଯୋଗ ଦିବସ । -
ଲିଟର ପିଛା ୨ ଟଙ୍କା ମହଙ୍ଗା ହେଲା ଓମ୍ଫେଡ୍ କ୍ଷୀରର ଦାମ୍ । -
ଦଶମ ଦିନରେ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ। -
ବିଜେପି ସରକାରର ବର୍ଷ ପୂର୍ତ୍ତିରେ ବିଶାଳ ସମାବେଶ । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ ରାଜଧାନୀ ଚଳଚଞ୍ଚଳ । -
ସରିଲା ଗ୍ରୀଷ୍ମ ଛୁଟି, ଆଜିଠୁ ରାଜ୍ୟରେ ଖୋଲିଛି ସ୍କୁଲ । -
ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ହେଉଛି ଦଶମୂଳ ମୋଦକ । ଏହାକୁ ସେବନ କଲାପରେ ଠାକୁରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ। -
ଦୁର୍ନୀତିଗ୍ରସ୍ତ ପୂର୍ବତନ ପିଇଓ ଅକୃର ମାଝୀ ଗିରଫ । -
ଇରାନ ଓ ଇସ୍ରାଏଲ ଯୁଦ୍ଧ ତୀବ୍ର ହେବାରେ ଲାଗିଛି, ସେଥିପାଇଁ ଇରାନ ରୁ ଫେରିଲେ ଭାରତୀୟ ଛାତ୍ରଛାତ୍ରୀ l