ସତ୍ୟଶିଖା ୧୦/୧୨/୨୦୨୦ : ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ନାଁ ଏବେ ସମସ୍ତଙ୍କ ମୁହଁରେ ରହୁଛି । କରୋନା ମହାମାରୀ ଯୋଗୁଁ ଲକ୍ ଡାଉନ୍ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିଥିବାରୁ ଲୋକେ ଅଭିନେତା ସୋନୁ ସୁଦଙ୍କୁ ରିଲ୍ ହିରୋ ନୁହେଁ ବରଂ ରିୟଲ ହିରୋ ବୋଲି କହୁଛନ୍ତି। ତାଙ୍କ ନାଁ ଗ୍ଲୋବାଲ ଏସିଆନ୍ ସେଲିବ୍ରିଟି ୨୦୨୦ ତାଲିକାରେ ଶୀର୍ଷ ସ୍ଥାନରେ ରହିଛି । ଅନେକ ବଲିଉଡ୍ ସେଲିବ୍ରିଟିଙ୍କୁ ପଛରେ ପକାଇ ସେ ଏହି ସ୍ଥାନ ଅଧିକାର କରିଛନ୍ତି । ବ୍ରିଟେନର ସାପ୍ତାହିକ ଖବରକାଗଜ ‘ଇଷ୍ଟର୍ଣ୍ଣ ଆଇ’ ଦ୍ୱାରା ପ୍ରକାଶିତ ‘ବିଶ୍ବର ୫୦ ଏସିଆନ୍ ସେଲିବ୍ରିଟି’ ତାଲିକାରେ ବଲିଉଡ୍ ଅଭିନେତା ସୋନୁ ସୁଦ୍ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।
ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା…
ଅରମାନ ମଲିକ ୫ମ ସ୍ଥାନରେ ଅଛନ୍ତି ।
ପ୍ରିୟଙ୍କା ଚୋପ୍ରା ଜୋନାସ ୬ଷ୍ଠ ସ୍ଥାନରେ ଅଛନ୍ତି।
ତେଲୁଗୁ ସୁପରଷ୍ଟାର ପ୍ରଭାସ ୭ମ ସ୍ଥାନରେ ଅଛନ୍ତି।
ଆୟୁଷ୍ମାନ ଖୁରାନା ଏକାଦଶ ସ୍ଥାନରେ ଅଛନ୍ତି।
ଦିଲଜିତ ଦୋସାଞ୍ଜ ୧୪ତମ ସ୍ଥାନରେ ଅଛନ୍ତି।
ଶେହନାଜ ଗିଲ ୧୬ତମ ସ୍ଥାନରେ ଅଛନ୍ତି ।
ଅମିତାଭ ବଚ୍ଚନ ୨୦ତମ ସ୍ଥାନରେ ଅଛନ୍ତି।
ପଙ୍କଜ ତ୍ରିପାଠୀ ୨୩ତମ ସ୍ଥାନରେ ଅଛନ୍ତି ।
ଆସିମ୍ ରିଆଜ୍ ୨୫ତମ ସ୍ଥାନରେ ଅଛନ୍ତି ।
ଡିଜାଇନର୍ ମସାବା ଗୁପ୍ତା ୩୨ତମ ସ୍ଥାନରେ ଅଛନ୍ତି ।
ହାସ୍ୟ ଅଭିନେତା ସାଲୋନି ଗୌର ୩୬ତମ ସ୍ଥାନରେ ଅଛନ୍ତି |
ଧ୍ବନି ଭାନୁଶାଲୀ ୪୨ତମ ସ୍ଥାନରେ ଅଛନ୍ତି ।
ହେଲି ଶାହା ୪୭ତମ ସ୍ଥାନରେ ଅଛନ୍ତି ।
ଅନୁଷ୍କା ଶଙ୍କର ୫୦ର ସ୍ଥାନରେ ଅଛନ୍ତି ।