ଘିଅ ପରିବା ଖେଚେଡି

ସତ୍ୟଶିଖା ୨୧/୦୧/୨୦୨୧ :
ଆବଶ୍ୟକ ସାମଗ୍ରୀ
ଅରୁଆ ଚାଉଳ – ୪୦୦ ଗ୍ରାମ
ଫୁଲ କୋବି – ଅଳ୍ପ
କ୍ୟାପସିକମ – ୧ଟି
ଘିଅ – ଆବଶ୍ୟକ ପରିମାଣରେ
ମଟର ଛୁଇଁ ମଞ୍ଜି – ଆବଶ୍ୟକ ଅନୁଯାୟୀ
ଆଳୁ – ୨ଟି
ଧନିଆ ପତ୍ର – ଅଳ୍ପ
କଟା ପିଆଜ – ୧ଟି
କଟା ଟମାଟୋ – ୧ଟି
ଗୋଟା ଜିରା – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
କଞ୍ଚା ଲଙ୍କା – ୨ଟି
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ସମସ୍ତ ପରିବାକୁ କାଟି ଧୋଇ କରି ରଖନ୍ତୁ । ଏହା ପରେ ଗ୍ୟାସ ଲଗାଇ କୁକର ବସାନ୍ତୁ । କୁକର ଗରମ ହେବା ପରେ ଘିଅ ପକାନ୍ତୁ । ଘିଅରେ ଗୋଟା ଜିରା, କଞ୍ଚା ଲଙ୍କା, କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ଭାଜି ହୋଇଗଲେ କଟା ଟମାଟୋ,କୋବି, ଆଳୁ , ମଟର ଛୁଇଁ, କ୍ୟାପସିକମ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଗୋଳାଇବା ପରେ ଚାଉଳ, ଧନିଆ ପତ୍ର ଆବଶ୍ୟକ ପରିମାଣରେ ପାଣି ଦେଇ ଗୋଟେ ସିଟି କୁକରରେ ଦେଇ ୧୫ ମିନିଟ ଗ୍ୟାସରେ ବସାନ୍ତୁ । ପ୍ରସ୍ତୁତ ହୋଇଗଲା ଖେଚେଡ଼ି ।