ରାଜ୍ୟଶିକ୍ଷାସ୍ୱାସ୍ଥ୍ୟ

ଘଡାଇ ରେସିଡେନ୍ସିଆଲ୍‌ କଲେଜ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

ସତ୍ୟଶିଖା(ମାଲକାନଗିରି ) ୧୦.୦୪.୨୦୨୧:  ମାଲକାନଗିରି ଘଡାଇ ରେସିଡେନ୍ସିଆଲ୍‌ କଲେଜକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । କଲେଜରେ ଜଣେ ଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଛି । କଲେଜରେ ଥିବା ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକାଙ୍କର କରୋନା ଟେଷ୍ଟ କରାଯାଉଛି । ଅଧିକ ସଂଖ୍ୟାରେ ପଜିଟିଭ୍ ବାହାରିଲେ କଲେଜ ସମ୍ପୂର୍ଣ୍ଣ ସିଲ୍‌ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସେପଟେ ମାଲକାନଗିରି ଠାରୁ ଛତିଶଗଡକୁ ସଂଯୋଜ ହେଉଥିବା ସମସ୍ତ ସିମାକୁ ସିଲ୍ କଲା ଜିଲ୍ଲା ପ୍ରଶାସନ । ବନ୍ଦ ହେଲା ମାଲକାନଗିରି ଠାରୁ ଛତିଶଗଡ ସୁକୁମା, ଜଗଦଲପୁର ଓ ରାୟପୁର ମଧ୍ୟରେ ବସ ଚଳାଚଳ । ଆଜି ଠାରୁ ଏପ୍ରିଲ 30 ତାରିଖ ପର୍ଯ୍ୟନ୍ତ କୌଣସି ବସ ଛତିଶଗଡରୁ ମାଲକାନଗିରି ଆସି ପାରିବ ନାହିଁ ବୋଲି ମାଲକାନଗିରି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ଏମିତି କି ଆଜି ଠାରୁ ଛତିଶଗଡରୁ ମାଲକାନଗିରି ଫେରୁଥିବା ସମସ୍ତ ଲୋକଙ୍କୁ ବାଧ୍ୟତା ମୂଳକ ଭାବେ ସାତ ଦିନ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପଡିବ । ଏହା ସହ ମାଲକାନଗିରି ଜିଲ୍ଲାରୁ କେହି ବିନା କାରଣରେ ଆଉ ଛତିଶଗଡକୁ ଯାଇପାରିବେ ନାହିଁ । ଜିଲ୍ଲାରେ ନାଇଟ କର୍ଫ୍ୟୁ ସହ କଟକଣା ଜୋରଦାର କରାଯାଇଛି ।  ପଡୋଶୀ ରାଜ୍ୟ ଛତିଶଗଡରେ କରୋନାର ନୁଆ ଟ୍ରେଣ୍ଡ ଦୃତ ଗତିରେ ବୃଦ୍ଧି ପାଉଥିବାରୁ ମାଲକାନଗିରି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।

ସୁକୁମା ମାଲକାନଗିରି ସିମାନ୍ତରେ ଲୋକଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇ ଜିଲ୍ଲା ଭିତରେ ପ୍ରବେଶ କରିବା ଲାଗି ଅନୁମତି ଦିଆଯାଉଛି । ଏହା ସହ ଜିଲ୍ଲା ଭିତରେ ଚଳା ଚଳ କରୁଥିବା ସମସ୍ତ ଲୋକଙ୍କୁ ମାସ୍କ ଲଗାଇବା ବାଧ୍ୟତା ମୁଳକ କରାଯାଇଛି । ଦୋକାନ ବଜାର, ହୋଟେଲ, ରେଷ୍ଟୁରାଣ୍ଟ ଓ ଧାର୍ମିକ ଅନୁଷ୍ଠାନରେ ସାମାଜିକ ଦୁରତା ବଜାଇ ରଖିବା ସହ ସାନିଟାଇଜର ବ୍ୟବହାର କରିବା ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Show More
Back to top button