

ସତ୍ୟଶିଖା(ଭୁବନେଶ୍ୱର )୦୬.୧୦ .୨୦୨୧: ସାଧାରଣ ଖାଉଟିଙ୍କ ଉପରେ ପୁଣି ମହଙ୍ଗା ମାଡ । ଆଜି ରନ୍ଧନ ଗ୍ୟାସ ଦର ବୃଦ୍ଧି କରିଛନ୍ତି ପେଟ୍ରୋଲିୟମ କମ୍ପାନି । ସିଲିଣ୍ଡର ପିଛା ଦର ୧୫ ଟଙ୍କା ବୃଦ୍ଧି କରିବା ଫଳରେ ଭୁବନେଶ୍ୱରରେ ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ଦର ୯୨୬ ଟଙ୍କାରେ ପହଂଚିଛି । ସମ୍ପ୍ରତି ଦିଲ୍ଲୀରେ ଟ. ୮୮୪.୫୦ ଥିବା ୧୪.୨ କି.ଗ୍ରା. ଓଜନବିଶିଷ୍ଟ ଅଣରିହାତି ‘ଏଲ୍ପିଜି’ ସିଲିଣ୍ଡର୍ର ମୂଲ୍ୟ ଟ. ୮୯୯.୫୦ ହୋଇଥିବା ବେଳେ ନୂତନ ମୂଲ୍ୟ ଅନୁଯାୟୀ ୫ କି.ଗ୍ରା. ଓଜନର ସିଲିଣ୍ଡର୍ ଦର ଏବେ ଟ. ୫୦୨ ।
ଭାରତରେ ‘ଏଲ୍ପିଜି’ ସିଲିଣ୍ଡର୍ ମୂଲ୍ୟ ନିର୍ଦ୍ଧାରଣ କରୁଥିବା ଦୁଇଟି ମୁଖ୍ୟ କାରଣ ହେଲା ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଏବଂ ବୈଶ୍ୱିକ ସାଧାରଣ ମୂଲ୍ୟ । ଶେଷ ଥର ସେପ୍ଟେମ୍ବର ୧ ତାରିଖରେ ‘ଏଲ୍ପିଜି’ ମୂଲ୍ୟ ସିଲିଣ୍ଡର୍ପିଛା ଟ. ୨୫ ବୃଦ୍ଧି ପାଇଥିଲା । ଆଜିର ନୂତନ ମୂଲ୍ୟ ହେଉଛି ଗୋଟିଏ ମାସ ମଧ୍ୟରେ ‘ତୈଳ ବିପଣନ କମ୍ପାନି’ମାନେ କରିଥିବା ଦ୍ୱିତୀୟ ତଥା ଦୁଇ ମାସରୁ କମ୍ ସମୟ ମଧ୍ୟରେ ତୃତୀୟ ଦର ବୃଦ୍ଧି । ଦିଲ୍ଲୀରେ ଅଗଷ୍ଟ ୧୭ ତାରିଖରେ ୧୪.୨ କି.ଗ୍ରା. ସିଲିଣ୍ଡର୍ର ଦର ଟ. ୨୫/- ବୃଦ୍ଧି ପାଇ ଟ.୮୫୯.୫ରେ ପହଞ୍ଚିଥିଲା ।