ସତ୍ୟଶିଖା (ନୂଆଦିଲ୍ଲୀ) ୦୧/୦୧/୨୦୨୧ : ତୈଳ ମାର୍କେଟିଙ୍ଗ୍ କମ୍ପାନୀ ନୂଆ ବର୍ଷର ପ୍ରଥମ ଦିନରେ ଗ୍ୟାସ୍ ସିଲିଣ୍ଡର ଦାମ୍ ବୃଦ୍ଧି କରିଛି । କମ୍ପାନୀଗୁଡିକ ଡିସେମ୍ବର ମାସରେ ରୋଷେଇ ଗ୍ୟାସ୍ ଅର୍ଥାତ୍ ଏଲପିଜି ସିଲିଣ୍ଡର ମୂଲ୍ୟ ଦୁଇ ଥର ବୃଦ୍ଧି କରି ୧୦୦ଟଙ୍କା ଦାମ୍ ବଢାଇଥିଲେ । ଫଳରେ ବିନା ସବସିଡି ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମୂଲ୍ୟ ୬୪୪ ଟଙ୍କାରୁ ୬୯୪କୁ ବୃଦ୍ଧି ପାଇଛି । ବିନା ସବସିଡି ବିଶିଷ୍ଟ ୧୪.୨ କିଲୋଗ୍ରାମ ସିଲିଣ୍ଡର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ । ବ୍ୟବସାୟିକ ସିଲିଣ୍ଡର ଦାମ୍ ରେ ବୃଦ୍ଧି ଘଟିଛି । ଗତ ଏକ ମାସ ମଧ୍ୟରେ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୯୧ ଟଙ୍କା ବୃଦ୍ଧି ପାଇଛି । ନଭେମ୍ବର ମାସରେ ୧୯ କିଲୋଗ୍ରାମ ଗ୍ୟାସ୍ ସିଲିଣ୍ଡର ଉପଭୋକ୍ତାଙ୍କୁ ୧୨୯୦ ଟଙ୍କାରେ ମିଳୁଛି । ଡିସେମ୍ବରରେ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ଦାମ୍ ୯୧ ଟଙ୍କା ବୃଦ୍ଧି ପାଇଛି । ସିଲିଣ୍ଡର ମୂଲ୍ୟ ୧୩୮୧.୫୦ ଟଙ୍କା ହୋଇଛି ।
ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର ନୂଆବର୍ଷର ପ୍ରଥମ ଦିନରେ
