ସତ୍ୟଶିଖା( ଭୁବନେଶ୍ୱର )୨୫.୦୭ . ୨୦୨୨: ଭୁବନେଶ୍ୱର ସ୍ଥିତ ଆଇଗିଣିଆ କୁଲେଶ୍ୱରୀ ବସ୍ତିରେ ଗ୍ୟାସ୍ ସିଲିଣ୍ଡର ଫାଟି ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ରୋଷେଇ କଲାବେଳେ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା। ପରେ ପରିବାର ଲୋକ ସିଲିଣ୍ଡରଟିକୁ ରୋଷେଇ ଘରୁ ବାହାରକୁ ଆଣୁଥିଲେ। ଏହି ସମୟରେ ସିଲିଣ୍ଡରଟି ବିସ୍ଫୋରଣ ହୋଇଥିଲା। ଏଥିରେ ପରିବାରର ୨ଜଣ ଆହତ ହୋଇଥିଲେ। ଜଣଙ୍କ ଗୋଡ଼ଟି ପୋଡ଼ି ଯାଇଥିବା ବେଳେ ଅନ୍ୟ ଜଣେ ମଧ୍ୟ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଗ୍ୟାସ ଲିକ୍ ହେବା ଯୋଗୁ ସିଲିଣ୍ଡରରେ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।
ସମ୍ବନ୍ଧିତ ଖବର
-
କଟକରେ ଭସାଣ ବେଳେ ଗଣ୍ଡଗୋଳ । -
ଆଜି ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା । -
ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । -
ହରିୟାଣାର ସୋନିପତ ଜିଲ୍ଲାରେ ଭୂମିକମ୍ପ ଝଟକା। -
ଧରାପୃଷ୍ଠକୁ ଅବତରଣ କରିବେ ମାଆ ଜଗତଜନନୀ । -
ଭଟ୍ଟାରିକାଙ୍କ ମନ୍ଦିରକୁ ଛୁଇଁଲା ମହାନଦୀର ବନ୍ୟାଜଳ । -
ପଛକୁ ପଛ ଦୁଇଟି ଲଘୁଚାପ । -
ଡାକ୍ତର ହେବା ପାଇଁ ଆଶା କରୁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । -
ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର । ଦଶହରା ପୂର୍ବରୁ ଆଗୁଆ ମିଳିବ ବୋନସ୍ । -
ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଟାଇଫୁନ୍ ରାଗାସା ତାଣ୍ଡବ ରଚିଛି।