ସତ୍ୟଶିଖା( ମାଲକାନଗିରି )୦୭.୧୦ .୨୦୨୧: ଗଂଜେଇ ଚାଷକୁ ନେଇ ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିବା ପରେ ମାଲକାନଗିରି ଜିଲ୍ଲାରେ ଗଂଜେଇ ଚାଷୀଙ୍କୁ ଧରିବା ପାଇଁ ପୁଲିସ ଓ ଅବକାରୀ ବିଭାଗ ଆଗାମୀ ଦିନରେ ଜୋରଦାର ଚଢଉ କରିବ। ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ବ୍ଲକକୁ ଛାଡିଦେଲେ ପ୍ରାୟ ସମସ୍ତ ବ୍ଲକରେ ଗଂଜେଇ ଚାଷ ଜୋରଦାର କରାଯାଉଛି। ଦୁର୍ଗମ ଏବଂ ନକ୍ସଲ ପ୍ରବଣ ଅଂଚଳ ହୋଇଥିବାରୁ ଗଂଜେଇ ଚାଷୀ ସ୍ବଛନ୍ଦରେ ଏହି ଚାଷ କରିବାରେ ସଫଳ ହେଉଛନ୍ତି, ଯାହାର ଫାଇଦା ଉଠାଉଛନ୍ତି ଗଂଜେଇ ମାଫିଆ। ଯଦି ଗତ ତିନି ବର୍ଷର ମାଲକାନଗିରି ଜିଲ୍ଲାର ଗଂଜେଇ ଗଛ ନଷ୍ଟ କରାଯାଇଥିବାର ରିପୋର୍ଟ ଦେଖିବା ତେବେ ଏହା ସ୍ୱାନ୍ତନାମୂଳକ ହୋଇଥିଲେ ମଧ୍ୟ ସଫଳତା କହିପାରିବା ନାହିଁ।
ସାଟେଲାଇଟ୍, ଡ୍ରୋନ୍ ସାହାଯ୍ୟରେ ଖୋଜା ହେବ ଗଂଜେଇ ଚାଷ
