ଧରା ପଡିଲା ଗ୍ୟାଙ୍ଗଷ୍ଟର ହାଇଦର

ସତ୍ୟଶିଖା(ଭୁବନେଶ୍ୱର) ୧୬.୦୪.୨୦୨୧: ୫ ଦିନର ଲୁଚକାଳି ଖେଳ  ପରେ ଏସସିବିରୁ ଫେରାର ଗ୍ୟାଙ୍ଗଷ୍ଟର ହାଇଦର ଆଜି ଓଡ଼ିଶା ଫେରିଲା। ବିମାନରେ ତେଲେଙ୍ଗାନାରୁ ଓଡ଼ିଶା ଆଣିଲା କମିଶନରେଟ ପୁଲିସ୍‌।  ଭୁବନେଶ୍ୱର ବିମାନବନ୍ଦରରେ ହାଇଦରର କରୋନା ଟେଷ୍ଟ କରାଗଲା।

ଗତକାଲି ତେଲେଙ୍ଗାନା ସଙ୍ଗାରେଡି ଜିଲ୍ଲାରୁ ତେଲେଙ୍ଗାନା ପୁଲିସ୍‌ ସହାୟତାରେ ହାଇଦରକୁ ଗିରଫ କରାଯାଇଥିଲା।   ଗତ ୧୦ରେ SCBରୁ ଫେରାର ହୋଇଯାଇଥିଲା ହାଇଦର।  ଏନେଇ ଗତକାଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ହାଇଦର ବାଇକରେ ଯିବା ବେଳେ ଆମ ଟିମ୍‌ ତାକୁ କାବୁ କରିଥିଲେ। ୨୪ ଘଣ୍ଟା ଭିତରେ ତାକୁ ଆଣି କୋର୍ଟରେ ହାଜର କରିବୁ ବୋଲି ପୁଲିସ କମିଶନର କହିଥିଲେ ।

Exit mobile version