

ସତ୍ୟଶିଖା ( ବ୍ରହ୍ମପୁର )୧୯ /୧୧ /୨୦୨୧: ପୁରସ୍କୃତ ହେଲା ଗାଙ୍ଗପୁର ଥାନା । ଦେଶର ଦ୍ବିତୀୟ ଶ୍ରେଷ୍ଠ ପୋଲିସ ଥାନା ଭାବେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାକୁ ପୁରସ୍କୃତ କରାଯାଇଛି । ଲକ୍ଷ୍ନୌଠାରେ ଆୟୋଜିତ ସମାରୋହରେ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ ଧାସ । ଏହାସହ ସେ ଟ୍ରଫି ମଧ୍ୟ ଗ୍ରହଣ କରିଛନ୍ତି । ଏ ନେଇ ଗଞ୍ଜାମ ଏସ୍ପି ବ୍ରିଜେଶ୍ ରାଏ ସୂଚନା ଦେଇଛନ୍ତି ।