

ସତ୍ୟଶିଖା ( ଭୁବନେଶ୍ୱର )୧୨ /୧୧ /୨୦୨୧: କ୍ରାଇମରେ ନମ୍ବର ୱାନ୍ ଥିବା ଥାନା ଏବେ ଦେଶର ଶ୍ରେଷ୍ଠ ଥାନା । ଦେଶର ଆଦର୍ଶ ଥାନା ତାଲିକାର ତୃତୀୟ ସ୍ଥାନରେ ରହିଛି ଗଂଜାମ ଜିଲ୍ଲାର ଗାଙ୍ଗପୁର ଥାନା । ନଭେମ୍ବର ୧୯ରେ ପୁରସ୍କୃତ କରାଯିବା ନେଇ ଗୃହ ମନ୍ତ୍ରାଳୟରୁ ପକ୍ଷରୁ ସୂଚନା ମିଳିଛି । ବିଗତ କିଛି ବର୍ଷ ତଳେ ଗଂଜାମ ଜିଲ୍ଳା ଅପରାଧ ଜଗତର ଉପତ୍ୟାକା ପାଲଟିଥିଲା । ଗଂଜାମ ପୋଲିସର କାର୍ଯ୍ୟତରିକା ଓ ସୁଦକ୍ଷତା ପାଇଁ ଆଜି ଗଂଜାମରେ କ୍ରାଇମ୍ କଂଟ୍ରୋଲ ହେବା ସହ ସୁନାର ଥାନା ତାଲିକାରେ ତୃତୀୟ ସ୍ଥାନ ମିଳିଛି ।
ଦେଶର ଶ୍ରେଷ୍ଠ ଥାନା ତାଲିକାରେ ଗଂଜାମର ଗାଙ୍ଗପୁର ଥାନା । ରାଜ୍ୟ ଅତିରିକ୍ତ ଡ଼ିଜି(ଆଇନ ସୃଙ୍ଖଳା) ପକ୍ଷରୁ ଗଂଜାମ ଏସ୍ପି ବ୍ରିଜେଶ ରାୟଙ୍କୁ ଏକ ଚିଠି ମାଧ୍ୟମରେ ଏହା ଅବଗତ କରାଯାଇଛି । ଗୃହ ମନ୍ତ୍ରାଳୟରୁ ଆସିଥିବା ନିର୍ଦେଶ ଅନୁସାରେ, ନଭେମ୍ବର ୧୯ରେ କେନ୍ଦ୍ରିୟ ପୁଲିସ ମୁଖ୍ୟାଳୟ ଲକ୍ଷେ୍ମା ଠାରେ ଗାଙ୍ଗପୁର ଥାନା ଆଇଆଇସିଙ୍କୁ ସମ୍ମାନିତ କରାଯିବ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଟ୍ରଫି ଦେଇ ଦେଶର ଶ୍ରେଷ୍ଠ ତୃତୀୟ ଥାନାକୁ ସମ୍ମାନିତ କରିବେ । ଏଥିପାଇଁ ଆସନ୍ତା ୧୭ ତାରିଖ ସୁଧା ଥାନା ଅଧିକାରୀ ଧିରେଶ ଦାଶ ପୁରା ପ୍ରସ୍ତୁତ ହୋଇ ଲକ୍ଷେ୍ମøରେ ପଂହଚିବାକୁ କୁହାଯାଇଛି ।