ରାଜନୀତି

କିଛି ଲୋକ ନିଜସ୍ୱାର୍ଥ ପାଇଁ ରଥଯାତ୍ରା କରିବାକୁ କହୁଛନ୍ତି: ଖାରବେଳ

ଭୁବନେଶ୍ୱର(ସତ୍ୟଶିଖା): ଚଳିତବର୍ଷ ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନକରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାପରେ ରାଜ୍ୟରେ ରାଜନୀତିକ ବୟାନବାଜି ଥମିବାର ନାଁ ଧରୁନି।

ଆହୁରି ପଢ଼ନ୍ତୁ

ବିଜେପି ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ରଥଯାତ୍ରା ହେଉ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାହୁଁନାହାନ୍ତି। କିଛି ଲୋକ ନିଜ ସ୍ୱାର୍ଥ ପାଇଁ ରଥଯାତ୍ରା କରିବାକୁ କହୁଛନ୍ତି। ବର୍ତ୍ତମାନର କରୋନା ମହାମାରୀ ସମୟରେ ରଥଯାତ୍ରା ହେବା ଅନୁଚିତ୍। ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା କାଏମ ରହୁ। ଶ୍ରୀମନ୍ଦିର ପରିଚାଳନା କମିଟି କ’ଣ କହିଲେ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ରଥଯାତ୍ରା ହେଲେ ବିଶ୍ୱସ୍ତରରେ ଦେଶର ଛବି ତଳକୁ ଯିବ, ବହୁତ କ୍ଷତି ମଧ୍ୟ ହେବ। କରୋନା ସଂକ୍ରମଣ ଆଶଙ୍କାରେ ହଜ୍ , ଆଇପିଏଲ୍ , ଅଲମ୍ପିକ ବନ୍ଦ ହେଲା। ରଥଯାତ୍ରା କେମିତି ହେବ। ଗଜପତି ମହାରାଜାଙ୍କ ଉପରେ ଏବେ ଚାପ ପଡ଼ୁଛି। ସେଥିପାଇଁ ସରକାର କୋର୍ଟରେ ଯୁକ୍ତି ରଖିଲେନି ବୋଲି ସେ କହୁଛନ୍ତି। କିନ୍ତୁ କରୋନା ପାଇଁ ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଗଜପତି ନିଜେ ଯାଇନଥିଲେ। କରୋନା ଦୋଷ ମୁଣ୍ଡାଇବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାହୁଁନାହାନ୍ତି। ଯଦି କରୋନା ସଙ୍କଟ ମଧ୍ୟରେ ରଥଯାତ୍ରା କରିବାର ଆବଶ୍ୟକତା ଅଛି ବୋଲି ଯେଉଁମାନେ ଏବେ ଭାବୁଛନ୍ତି ସେମାନେ କାହିଁକି ସୁପ୍ରିମକୋର୍ଟରେ ଯୁକ୍ତି ବାଢ଼ିଲେନି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

ଅନ୍ୟପକ୍ଷରେ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ରଥଯାତ୍ରା କରାଯିବା ପ୍ରସଙ୍ଗରେ ଆଉ କିଛି କୁହାଯାଇପାରବନି । ମୋଡ଼ିଫିକେସନ ପିଟିସନର ରାୟ ଆସିଲେ ସବୁକଥା ସ୍ପଷ୍ଟ ହୋଇଯିବ । ସୁପ୍ରିମକୋଟ ଆବେଦନର ପୁନର୍ବିଚାର କରୁଛନ୍ତି କି ନାହିଁ ତାହା ଜଣାପଡ଼ିଯିବ । ଏବେ ଶ୍ରୀମନ୍ଦିର ରୀତିନୀତି କେମିତି ଚାଲିବ ତର୍ଜମା ଚାଲିଛି । ବିରୋଧୀ କିଏ କ’ଣ କହିଲା ସେଥିରେ କିଛି କହିବାର ନାହିଁ । ନୀତିକାନ୍ତି ନେଇ ପରିଚାଳନା କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ଟିଭିରେ ଲୋକେ ରଥଯାତ୍ରା ଦେଖିବାକୁ ଚାହୁଁଥିଲେ, ଶ୍ରଦ୍ଧାଳୁ ଏବେ ଦୁଃଖୀ । କିନ୍ତୁ ସମସ୍ତଙ୍କୁ ତ ସୁପ୍ରିମକୋର୍ଟଙ୍କ ରାୟ ମାନିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

[ad_2]
Show More
Back to top button