୫୦ ବର୍ଷ ଧରି ଛେରାପହଁରା କଲେଣି ଗଜପତି ମହାରାଜ

ସତ୍ୟଶିଖା(ଭୁବନେଶ୍ୱର) ୨୦.୦୭.୨୦୨୧: ଆଜି ପବିତ୍ର ବାହୁଡ଼ା ଯାତ୍ରା  । ମହାପ୍ରଭୂଙ୍କ ରଥଟଣା ପ୍ରକ୍ରିୟା ଆରମ୍ଭ ହୋଇଛି  । ତେବେ ରଥ ବେଳେ ସବୁଠାରୁ ଆକର୍ଷଣୀୟ ହେଉଛି ଗଜପତି ମହାରାଜଙ୍କ ଛେରା ପହଁରା  ।

ସମସ୍ତେ ଛେରା ପହଁରା ନୀତିକାନ୍ତିକୁ ଅବଲୋକନ କରିଥା’ନ୍ତି  । ଉକôଳୀୟ ସଂସ୍କୃତି ପରମ୍ପରାର ଏହା ଏକ ଅପୂର୍ବ ନିଦର୍ଶନ  । ଠାକୁରଙ୍କ ସେବା ପାଇଁ ନିଜେ ଗଜପତି ରଥ ଉପରେ ଛେରା ପହଁରା କରିଥା’ନ୍ତି  । ଏବେ ଗଜପତି ମହାରାଜା ଅଛନ୍ତି ଦିବ୍ୟସିଂହ ଦେବ  । ତାଙ୍କୁ ଏବେ ମାତ୍ର ୬୮ ବର୍ଷ  । ତେବେ ୧୮ ବର୍ଷ ବୟସରୁ ସେ ରଥ ଉପରେ ଛେରା ପହଁରା କରି ଆସୁଛନ୍ତି  । ୧୯୭୧ରେ ସେ ପ୍ରଥମ ଥର ପାଇଁ ଛେରା ପହଁରା କରିଥିଲେ । ପିତାଙ୍କ ଦେହାନ୍ତ ପରଠାରୁ ମହାପ୍ରଭୂଙ୍କ ସେବାର ସୌଭାଗ୍ୟ ପାଇଛନ୍ତି ଗଜପତି ଦିବ୍ୟସିଂହ ଦେବ । ତେବେ ଆମେରିକାରେ ପାଠ ପଢ଼ିବାକୁ ଯାଇଥିବାରୁ ୧୯୭୬ରେ ସେ ଛେରା ପହଁରା କରିପାରିନଥିଲେ । ଅପରପକ୍ଷରେ ଗତବର୍ଷ କରୋନା ଯୋଗୁଁ ଗଜପତି ମହାରାଜା ଛେରା ପହଁରା କରିପାରିନଥିଲେ  । ୫୦ ବର୍ଷ ଧରି ମହାପ୍ରଭୂଙ୍କ ସେବା କରି ସେ ଏକ ରେକଡର଼୍ ସୃଷ୍ଟି କରିଛନ୍ତି  ।

Exit mobile version