ଜାତୀୟ ସ୍ତରରେ ପ୍ରଗତିଶୀଳ ତାଲିକାର ଶୀର୍ଷରେ ରହିଛି ଗଜପତି ଜିଲ୍ଲା

ସତ୍ୟଶିଖା(ଭୁବନେଶ୍ୱର )୦୨.୧୦ .୨୦୨୧: କେନ୍ଦ୍ର ନିତି ଆୟୋଗଙ୍କ ଜାତୀୟ ସ୍ତରରେ ପ୍ରଗତିଶୀଳ ତାଲିକାର ଶୀର୍ଷରେ ରହିଛି ଗଜପତି ଜିଲ୍ଲା। ୧୧୨ଟି ଜିଲ୍ଲାକୁ ନେଇ ପ୍ରସ୍ତୁତ ସର୍ଭେ ଅନୁସାରେ ଗଜପତି ଜିଲ୍ଲା ପ୍ରଥମ ସ୍ଥାନ ହାସଲ କରିଛି।

ଗତ ତିନି ମାସ ମଧ୍ୟରେ ହୋଇଥିବା ସ୍ବାସ୍ଥ୍ୟ, ପୋଷଣ, ଶିକ୍ଷା, କୃଷି ଓ ଜଳସମ୍ପଦ ଓ ମୈଳିକ ଭିତ୍ତିଭୂମି ବିକାଶ ଆଦି କ୍ଷେତ୍ରରେ ହେଉଥିବା ସକାରାତ୍ମକ ପ୍ରତିଯୋଗିତାରେ ଅଗଷ୍ଟ ମାସର ଡେଲଟା ରେଟିଂ ପ୍ରକାଶିତ ହୋଇଛି। ଯେଉଁଥିରେ ପ୍ରଥମ ସ୍ଥାନ ହାସଲ କରି ଶୀର୍ଷରେ ରହିଛି ଗଜପତି ଜିଲ୍ଲା। କୃଷି ଓ ଜଳସମ୍ପଦ ବିକାଶ କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମୈାଳିକ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଗଜପତି ଜିଲ୍ଲା ଦ୍ବିତୀୟ ସ୍ଥାନରେ ରହିଛି। ଦେଶରେ ସାମଗ୍ରିକ ଭାବେ ପ୍ରଥମ ସ୍ଥାନ ଅଧିକାର କରିଥିବା ଯୋଗୁଁ ୫କୋଟି ଓ ବିଷୟ ଭିତ୍ତିରେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ହାସଲ କରିଥିବା ଯୋଗୁ ଅତିରିକ୍ତ ୬କୋଟି ଅର୍ଥରାଶି ଅନୁଦାନ ଗଜପତି ଜିଲ୍ଲା ପାଇବ ବୋଲି ସୂଚନା ମିଳିଛି।

Exit mobile version