ସତ୍ୟଶିଖା (ପାଟନା) ୧୦.୧୦.୨୦୨୦ : ଆଜି ଦିବଂଗତ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ । ପାଟନା ଦିଘା ସ୍ଥିତ ଜନାର୍ଦନ ଘାଟରେ ରାମବିଳାସ ପାଶୱାନଙ୍କୁ ଅନ୍ତିମ ବିଦାୟ ଦିଆଯିବ । ସ୍ୱର୍ଗୀୟ ମନ୍ତ୍ରୀଙ୍କ ପୁତ୍ର ଚିରାଗ ପାଶୱାନ ମୁଖାଗ୍ନି ଦେବେ। ସକାଳ ୮ଟା ରେ ସ୍ୱର୍ର୍ଗୀୟ ପାଶୱାନଙ୍କ ପାର୍ଥିବ ଶରୀର ଅନ୍ତିମ ଦର୍ଶନ ପାଇଁ ବୋରିଂ ରୋଡ଼ ଏସକେ ପୁରୀ ସ୍ଥିତ ବାସଭବନରେ ରଖାଯାଇଥିଲା । ଶବ ଯାତ୍ରା ସକାଳ ୧୧ଟା ରୁ ଆରମ୍ଭ ହୋଇଛି । ରାଷ୍ଟ୍ରୀୟ ସମ୍ମାନ ସହ ଅପରାହ୍ନ ସାଢେ ଗୋଟେ ସମୟରେ ଅନ୍ତିମ ସଂସ୍କାର କରାଯିବ ।
ରାଷ୍ଟ୍ରୀୟ ସମ୍ମାନ ସହ ହେବ ଦିବଂଗତ ରାମବିଳାସ ପାଶୱାନଙ୍କ ଅନ୍ତିମ ସଂସ୍କାର: ମୁଖାଗ୍ନି ଦେବେ ଚିରାଗ ପାଶୱାନ l
